ଆମ୍ରପଲ୍ଲୀ
ଆମ୍ରପଲ୍ଲୀ

2 mins

598
- ଅନିନ୍ଦ୍ୟ ସୁନ୍ଦରୀ ଅମ୍ରାପଲ୍ଲୀ । ରାଜନର୍ତ୍ତକୀ । ରାଜା ବିମ୍ବିସାରଙ୍କ ଦରବାରରେ ନୃତ୍ୟାଙ୍ଗନା । ସ୍ୱାଧୀନଚେତା ନାରୀ । ବିମ୍ବିସରଙ୍କ ରଖିତା ପତ୍ନୀ । ବିନ୍ଦୁସାରଙ୍କ ଔରସରୁ ପୁତ୍ରଟି ଜାତ ହେଲା।ତାର ନାମ ଜୀବକ।ମା ଓ ପୁତ୍ର ଦୁହେଁ ମଗଧ ରାଜପ୍ରାସାଦ ନିକଟରେ ଆମ୍ର ଉଦ୍ୟାନରେ ରହୁଥିଲେ। ରହିବାର କାରଣ ପୁତ୍ର ବଡ ହେବାରୁ ନିଜର କଳଙ୍କିତ ପରିଚୟରୁ ବାହାରି ଆସିବା ଲକ୍ଷରେ । ଅମ୍ରପଲ୍ଲୀ ମନେ ମନେ ନିଜକୁ ଖୋଜୁଛନ୍ତି । ମା ଓ ପୁଅ ବୁଦ୍ଧଙ୍କୁ ଭେଟିଲେ।ବୁଦ୍ଧଙ୍କ ଦର୍ଶନରେ ଅମ୍ରପଲ୍ଲୀ ପ୍ରଭାବିତ ହେଲେ।ବୁଦ୍ଧଙ୍କର କରୁଣ ପୂର୍ଣ୍ଣ ଚାହାଣୀ ମନରେ ବିଶ୍ୱାସ ଭରିଦେଇଛି । ରୂପଗୁଣରେ ଅନୁପମ ରାଜନର୍ତ୍ତକୀ । ହଳଦୀ ରଙ୍ଗର ପାଟଶାଢ଼ୀକୁ ଲାଲ ଓଠ।ଆଖିରେ ଆଖିଏ ଭାଷା।କଜ୍ଳଳ ଗାରକୁ ନାକରେ ହୀରାର ନାକମଣି ଲମ୍ବିଯାଇଛି ନାଭିକୁ ଛୁଇଁ ମୂଲ୍ୟବାନ ଅଳଙ୍କାର।ସାଧବାର ସିନ୍ଦୁର ଝଲକୁଛି କପାଳରେ।ଶରୀର ସୁଗନ୍ଧିତ।ହଂସ ଗମନୀ ସମସ୍ତ କୁଁ ଆପଣା କରିବାର ପ୍ରକୃତି ଦତ୍ତ ଗୁଣ । ଅନ୍ୟ ସବୁ ଭିଖୁ ମାନେ ଅପଲକ ନୟନରେ ଚାହିଁ ରହି କ୍ଷଣକେ ମସ୍ତକ ନତକରି ସୌନ୍ଦର୍ଯ୍ୟ ଓ ପ୍ରେମର ଚୂଡାନ୍ତ ରହସ୍ୟକୁ ନିଜଭିତରେ ଅନ୍ୱେଷଣ କରୁଛନ୍ତି । ନିର୍ବିକାର ଚିତରେ ଅମ୍ରପଲ୍ଲୀକୁ ବୁଦ୍ଧ ବୁଝିକଲେ ତାର ଅନ୍ତରଦାହକୁ । ଅମ୍ରପଲ୍ଲୀ ନିସଙ୍କୋଚରେ ଗାଇଯାଉଥାଏ ତାର ଜୀବନ କାହାଣୀ"ଷୋଳ ବୟସରୁ ଜଣେ ଯୁବକ ପ୍ରେମରେ ପଡି ବିବାହ ସଫଳ ହେଲାନି । ତେଣୁ ଦୁଃଖରେ ଭାଙ୍ଗି ପଡିଲି।ଏହିସମୟରେ ରାଜା ବିମ୍ବିସରଙ୍କ ସହ ସାକ୍ଷାତ ହେଲା।ରାଜା ମୋର ନୃତ୍ୟକଳା ଓ ରୂପରେ ମୁଗ୍ଧ ହେଲେ । ପରସ୍ପର ଭିତରେ ପ୍ରେମ ଆଦାନପ୍ରଦାନ ହେଲା । ରାଜା ମତେ ବିବାହ କଲେ।ରାଜପ୍ରାସାଦରେ ମୋର ଶିଶୁପୁତ୍ର ଓ ମୋବିଷୟରେ ଗୁଜବ ସୃଷ୍ଟି ହେଲା । ମୋର ପୁତ୍ର ଜୀବକ ଅନାଥ ଶିଶୁ ବୋଲି ପ୍ରଚାର ହେଲା।ମତେ ବାରଂଗନା କହି ଅପପ୍ରଚାର ହେଲା । ରାଜା ପ୍ରସାଦର ଟିକେ ଦୂରରେ ପ୍ରସାଦ ନିର୍ମାଣ କଲେ । ସମସ୍ତ ସୁଖ ସୁବିଧା ବ୍ୟବସ୍ତା କଲେ । ତେବେ ସେଇଠି ମୋର ପୁତ୍ର ଜୀବକ ସହିତ ରହୁଛି।ଜୀବନରେ ଅଶାନ୍ତ ଝଡ଼ ସୃଷ୍ଟି ହୋଇଛି । ମନ ଅଶାନ୍ତ ରହୁଛି। ଲୋକ ଲାଜ ଓ ଚରିତ୍ର ନେଇ ଭବିଷ୍ୟତରେ ପୁତ୍ରକୁ କି ପରିଚୟ ଦେବି ତାହା ହିଁ ମନ ଅଶାନ୍ତର କାରଣ। ସୌନ୍ଦର୍ଯ୍ୟ କୁଶ୍ଚିତ ମନରୁ ସୃଷ୍ଟି । ବୁଦ୍ଧ କହିଲେ। ସାମ୍ନାରେ ଦେଖୁଥିବା ପ୍ରକୃତିର ରୂପ ଠାରୁ ନାରୀର ସୌନ୍ଦର୍ଯ୍ୟ ଅଧିକ ଆକର୍ଷଣ । କାରଣ ମଣିଷର ଏକାଗ୍ରତାକୁ ଭାଙ୍ଗିବା ଶକ୍ତି ନାରୀର ସୁନ୍ଦରତାରେ ଅଛି । ଜଣେ ନାରୀ ରୂପରେ ପଡିଲେ ସେ ପଥ ହରା ହୁଏ । ହେଲେ ଜଣେ ମୁକ୍ତ ବ୍ୟକ୍ତି ଦୃଷ୍ଟିରେ ଏହି ସୌଂଯ୍ୟ ଅନେକ କୁଶ୍ଚତ ଉପାଦାନରେ ନିର୍ମିତ । ଶାଶ୍ୱତ ସୌନ୍ଦର୍ଯ୍ୟର ବିନାଶ ଘଟେ ନାହିଁ । ବୁଦ୍ଧ ଅମ୍ରାପଲ୍ଲୀଙ୍କ ଅନୁରୋଧ କ୍ରମେ ଆମ୍ର ବନ ଗଲେ । ଉଦ୍ୟାନରେ ବିଭିନ୍ନ ଫଳ କୋଳି ଫୁଲ ଗଛଳତା ଦେଖି ଆନନ୍ଦ ହେଲେ । ଅମ୍ରାପଲ୍ଲୀକୁ ଶିଷ୍ୟା କରି ବୁଦ୍ଧ ପଞ୍ଚଶୀଳ ନୀତି ପାଳନ କରିବାକୁ କହିଲେ । ସତ୍ ଦୃଷ୍ଟି, ସତ୍ ବାକ୍ୟ, ସତକର୍ମ, ସତ୍ ଧ୍ୟାନ, ସତ୍ ଜୀବନ। ଅମ୍ରପଲ୍ଲୀ ଅନ୍ୟ ସବୁ ଜୀବନ ସତ୍ ମାର୍ଗରେ ଯାଇ ଶାନ୍ତି ପାଇଲେ । ନିଜ ରାଜପ୍ରାସାଦ ଆମ୍ରବନ ବିହାର ନିମିତ୍ତ ବୁଦ୍ଧଙ୍କୁ ଦାନକଲେ। ଅମ୍ରାପଲ୍ଲୀଙ୍କ ପୁତ୍ର ଜୀବକ ବୁଦ୍ଧଙ୍କ ମାର୍ଗରେ ଯାଇ ପରବର୍ତୀ ଜୀବନରେ ଜଣେ ପ୍ରତିଷ୍ଠିତ ଚିକିତ୍ସକ ଭାରତରେ ନାମ ଅର୍ଜନ କରିଥିଲେ ।