ଆମ ପରମ୍ପରା
ଆମ ପରମ୍ପରା


ଗୀତ କହିଲା, ସାର କାଲି ଶ୍ରୀଗୁଣ୍ଡିଚା।ରଥ ଟଣାହେବ। ଶିକ୍ଷକ ଅଜୟ ସାର ଓଡ଼ିଆ ପଢ଼ାନ୍ତି। କହିଲେ ତେବେ ଶୁଣ ,ଆମ ପରମ୍ପରା ଆମର ପର୍ବପର୍ବାଣି ,ନୃତ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ନେଇ । ଆମ ଓଡ଼ିଆ ଜାତିର ଇତିହାସ, ଜୀବନଯାପନ, ଚାଲିଚଳଣୀ ଆଦିରୁ ପ୍ରକାଶିତ ହୁଏ।ଆମ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ନେଇ ପ୍ରାୟତଃ ପର୍ବପର୍ବାଣି ପାଳୁ ।ଏହାଛଡା କୃଷି କୁନେଇ କେତେକ ପର୍ବ ପାଳନ କରୁ ।ସଂସ୍କୃତି ଓ ପରମ୍ପରା ଆମ ଜାତୀୟ ଜୀବନକୁ ମଜଭୁତ କରେ ।ପରମ୍ପରାର ନିଜସ୍ୱ ସ୍ଵାଦୁ ଥାଏ ।ଜାତିବର୍ଣ ନିର୍ବିଶେଷରେ ପର୍ବପର୍ବାଣି ଆମେ ପାଳୁ ।ଆମ ଘର ଆଗରେ ତୁଳସୀ ଚଉରା ।ସବୁଦିନେ ମୂଳରେ ଜଳ ଢାଳୁ ଓ ସଂଜବତୀ ଦେଉ ।
ବୈଶାଖ ମାସର ସଂକ୍ରାନ୍ତି ଦିନ ଆମ ଚୌରାରେ ଠେକି ଟାଙ୍ଗି ସେଥିରେ ଜଳ ବୁନ୍ଦେବୁନ୍ଦେ ତୁଳସୀ ଗଛରେ ପଡେ। ସେଦିନବି ଆମର ନୂଆବର୍ଷ ଅରମ୍ବ ହୁଏ ନୂଆ ପାଞ୍ଜି ପଢ଼ାଯାଏ ।ବେଳପଣା ଭୋଗ ଲଗେଇ ପିଉ ।ଛତୁଆ ଖାଉ ।ସେଦିନ ବି ହନୁମାନ ଜୟନ୍ତୀ ଉପଲକ୍ଷେ ପୂଜାପାଠ ହୁଏ ।ଏହିମାସରେ ଅକ୍ଷୟ ତୃତୀୟା ପଡେ ।ଗୃହପାଳିତ ପଶୁ ଚାଷ ଉପକରଣ ପୂଜା ହୁଏ। ବିଲକୁ ପ୍ରଥମ ବିଜରୋପଣ ନିମିତ୍ତ ପୂଜାପାଠ ହୁଏ । ଜେଷ୍ଟ ମାସ ରେ ସାବିତ୍ରୀ ବ୍ରତ ଶୀତଳ ଷଷ୍ଟି ଓ ଦେବସ୍ନାନ ପୂର୍ଣ୍ଣିମା ପଡେ । ଆଷାଢ଼ ମାସର ରଜପର୍ବ ଓ ରଥ ଯାତ୍ରା ପଡେ।ଶ୍ରାବଣ ମାସରେ ଚିତଉ ପର୍ବ ଓ ଗହ୍ମା ପୂର୍ଣ୍ଣିମା ପଡେ।ଭାଦ୍ରବରେ ଖୁଦୁରୁକୁଣୀ, ଜନ୍ମାଷ୍ଟମୀ, ଗଣେଶ ପୂଜା ନୁଆଁଖାଇ ପଡେ ।ଆଶ୍ୱିନରେ ଦଶହରା ,କୁମାରପୂର୍ଣ୍ଣିମା ଭାଇ ଦୁତିଆ ପାଳୁ ।କାର୍ତିକରେ ଦୀପାବଳୀ ଓ କାର୍ତିକ ପୂର୍ଣ୍ଣିମା । ମାର୍ଗଶିର ମାସରେ ପ୍ରଥମାଷ୍ଟମୀ ଓ ମାଣ ବସା ଗୁରୁବାର ପୌଷରେ ସାମ୍ବ ଦଶମୀ ଓ ପୌଷ ପୂର୍ଣ୍ଣମୀ ଧନୁଯାତ୍ରା ପଡେ ।ମାଘ ରେ ମକର ସଂକ୍ରାନ୍ତି ଶ୍ରୀପଞ୍ଚମୀ ମାଘ ମେଳା ପାଳୁ । ଫାଲ୍ଗୁନରେ ଜାଗର ଓ ଦୋଳ ଯାତ୍ରା ଅନୁଷ୍ଠିତ ହୁଏ। ଚୟତର ମାସରେ ଅଶୋକାଷ୍ଟମୀ ଶ୍ରୀରାମନବମୀ ଚଇତି ପର୍ବ ଓ ହେଙ୍ଗୁଳା ଯାତ୍ରା ହୁଏ ।ଏଥିରୁ ଆମେ କିଛି ପର୍ବ କୃଷି ପାଇଁ ତ କିଛି ଧର୍ମୀୟ ଭାବ ରେ ଅନୁପ୍ରାଣିତ ହୋଇ ପାଳିଆସୁଚେ ।ତେବେ ପ୍ରତେକ ପର୍ବର ବିଶେଷତ୍ୱ ଜୀବନ ସରସ ସୁନ୍ଦର କରି ସୁଖ ସମୃଦ୍ଧି ପାଇବା।ଏହିପର୍ବ ପର୍ବାଣୀ ଛାଡି ଆଉରି ମଧ୍ୟ କେତେଗୁଡିଏ ପର୍ବ ପାଳନ କରାଯାଏ।
ଘଣ୍ଟା ବାଜିବା ପରେ ଶିକ୍ଷକ ଅଜୟ ସାର ପିଲାଙ୍କୁ ରଚନା ଆମ ପରମ୍ପରା ଲେଖିଆଣିବାକୁ କହିଲେ ।