Ramakrushna Dakua

Others

3  

Ramakrushna Dakua

Others

ଆକଟ

ଆକଟ

1 min
439


ଆଜିଠୁ ସେ ସବୁ ବନ୍ଦ କର । ରାଗ ନୁହେଁ ଅଭିମାନରେ ରୂପା କହିବାକୁ ଲାଗିଲେ । ମୁଁ କିଛି ଉତ୍ତର ଦେଲିନି । ରୂପା, ତାଙ୍କ ନା ରୁଚିକା ମୁଁ କିନ୍ତୁ ରୂପା ଡାକେ । ମୋତେ ଭଲ ଲାଗେ ତାଙ୍କୁ ତାଙ୍କ ଘର ଡାକ ନାଁରେ ଡାକିବାକୁ । ବୋଉ ଅନେକ ଥର ଅନେକ କଥାରେ ମୋତେ ଆକଟ କରିଛି । ମୁଁ କିନ୍ତୁ ବୋଉର କଥାକୁ ଖାତିର କରିନି । ଏବେ ବୋଉ ଗାଁରେ ଆଉ ମୁଁ ଦିଲ୍ଲୀରେ ।


ରୂପା କିନ୍ତୁ ମୋ ପଡ଼ିଶା ଆପାର୍ଟମେଣ୍ଟରେ ଏବେ ଏବେ ଓଡ଼ିଶାରୁ ଆସି ଭଡ଼ାରେ ରହୁଛି । ତା ଅଫିସ କରୋଲବାଗ ଆଉ ମୋର ଗୁରୁଗ୍ରାମ । ବହୁତ କମ୍ ଏମିତିକ ସପ୍ତାହକୁ ଥରେ ତା ସହ ଭେଟ ଘାଟ । ଆମ ଭିତରେ ସେମିତି କିଛି ନାହିଁ, କିନ୍ତୁ ବହୁତ କିଛି । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବି ଅତୁଟ । ଆଜି କିନ୍ତୁ ସେ ଆକଟ କରିଛି । ରୋକ୍ ଠୋକ ଶୁଣାଇ ଦେଇଛି ବାହାଘର ଯାଏ ଆମେ କେବଳ ବୟଫ୍ରେଣ୍ଡ ଓ ଗାର୍ଲ ଫ୍ରେଣ୍ଡ । ଏବେଠୁ ସ୍ତ୍ରୀ ଭାବି ଯେମିତି ତା ଇଛା ଉପରେ ଆକଟ ନଲଗାଏ ମୁଁ । ଶେଷରେ ମୋ ମୁହଁରୁ ଓକେ ବାବା ଶୁଣିବା ପରେ ସେ ସ୍ମିତହାସ୍ୟଟିଏ ଦେଲା । ହଉ ଏବେ ଯାଅ କହି ତା ଆପାରେଟମେଣ୍ଟ ଲିଫ୍ଟ ଯାଏ ଆସି ଛାଡ଼ିକି ଗଲା । ଆଉ ମୁଁ ତା ଆକଟ ନେଇ ଫେରିଲି ।



Rate this content
Log in