The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Others

3  

Ranjit Sahu

Others

ଆଜି ମଧ୍ୟ ସିଏ ପ୍ରେମିକାଟିଏ

ଆଜି ମଧ୍ୟ ସିଏ ପ୍ରେମିକାଟିଏ

5 mins
509


କିଛିଟା ପରିଚିତ ଲାଗିଲା ଚେହେରାଟି I ବାହାଘର ପରେ ଝିଅ ମାନେ ବଦଳିଯାଆନ୍ତି କୁଆଡେ ! କିନ୍ତୁ ଏତେ ପରିବର୍ତ୍ତନ ? ନିହାତି ଅସମ୍ଭବ ଜିନିଷଟିଏ I ଇୟେ କଣ ଆଉ ଲୋକପ୍ରିୟ ତାରିକା ରେଖା ଗଣେଶନ କି, ଯିଏ ପ୍ରଥମେ ବଲିବୁଡ଼ର ସାଧାରଣ ଦେଖା ଯାଉଥିଲେ ଏବଂ ପରେ  ସବୁଠାରୁ ସୁନ୍ଦରୀ ନାରୀରେ ପରିବର୍ତନ ହୋଇଗଲେ? ବିଶ୍ଵାସ ଲାଗିଲାନି ଯେତେବେଳେ ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ତାଙ୍କର ମୋ ସହିତ ପରିଚୟ କରିଦେଲେ, ହୋଟେଲର ରଙ୍ଗୀନ ଆଲୁଅ ମଧ୍ୟରେ, " ମିଟ  ମିସେସ ଶାଳିନୀ ମିଶ୍ର, ମାଇ ୱାଇଫ ଆଣ୍ଡ ଏ ଗ୍ରେଟ ଓଂତୃପ୍ରେଉନେରI ମୋର ମାନବ ସମ୍ପଦ ବିଭାଗର ଦାୟିତ୍ଵ ବହନ କରନ୍ତି ଏବଂ ସବୁ ନିଯୁକ୍ତି ଆଉ ବରଖାସ୍ତ ୟାଙ୍କର ହାତରେ I ତେଣୁ ଏହାଙ୍କୁ ସବୁ ବେଳେ ଖୁସ ରଖିବ I ମୁଁ ସିନା  ଦଶ ବର୍ଷ ହେଲା କୌଣସି ମତେ ବଞ୍ଚି  ଯାଇଛି, ଚାପଲୂସୀ କରିକି, " ଅଧା ନିଶାରେ ଟଳମଳ ହୋଇ କହିଲେ ସୁନୀଲ ମିଶ୍ର, ମୋର ବସ I  ମନେ ମନେ ଜଳି ପୋଡି ଯାଇଥିଲି ମୁଁ  I ଇଛା ହେଲା କହିବାକୁ " କହୁନୁ ବେ ଶଃ.. ମୋର ଶାଲୁ   ବୋଲି I " କିନ୍ତୁ ମୁରୁକି ହସି ଦେଲି ଆଉ ହାତ ମିଶେଇ ଦେଲି ଶ୍ରୀଯୁକ୍ତ ମିଶ୍ରଙ୍କ ସହ I 

ନୂଆ ବର୍ଷର ପାର୍ଟିରେ ସୁରାର ସହ ସାକୀର ଯୋଗାଡ଼ ହୋଇଛି I କିଏ ଜାଣିଥିଲା, ଯେଉଁ କମ୍ପାନୀରେ ମୁଁ ନିଯୁକ୍ତି ପାଇଛି ପ୍ରମୋସନ ସହ, ସେହି କମ୍ପାନୀର ମାଲିକଙ୍କ ଆଇନଗତ ଧର୍ମପତ୍ନୀ ମୋର ପ୍ରଥମ ପ୍ରେମିକା  ଅଟେ ବୋଲି! ନଚେତ ମୁଁ କଣ ଏହି କମ୍ପନିରେ ଚାକିରୀ କରି ଥାଆନ୍ତି ? ଜମା ନୁହଁ I ମନେ ପଡିଗଲା ଅନେକ ଥର ଶାଲୁ  ମଧ୍ୟ କହିଥିଲା ତାହାର ଜାତକରେ ବହୁତ ଗୁଡ଼ାଏ ଭଲ ଯୋଗ ସହିତ ଗଜ କେଶରୀ ଯୋଗ ଅଛି, ବହୁତ ପଇସା ହେବ  ତାହାର ଆଉ ଯାହାକୁ ବାହା ହେବ ସିଏ ବଡ ଉଦ୍ୟୋଗପତିଟିଏ ହେବ ବାହା ହେଲା ପରେ I ସମର ମିଶ୍ର ନିଶ୍ଚୟ ଶାଲୁର ଭାଗ୍ୟର ଫାୟଦା ଉଠଉଛି ନଚେତ ଆଜିଠୁ ଦଶ ବର୍ଷ ତଳେ ସମର ମିଶ୍ର ମଧ୍ୟ ଜଣେ ସାଧାରଣ ମଣିଷଟିଏ ଥିଲା !

ଆଖିକୁ ଵିଶ୍ଵାସ  ଲାଗିଲାନି, ମନେ ମନେ ବାଉଳେଇ ହେଲି ,"ଇଏ  କଣ ସେହି ଶାଲୁ, ଯାହାକୁ ମୁଁ କଲେଜ କମ୍ପାଉଣ୍ଡରୁ ଗୋଲାପ ଫୁଲ ଚୋରି କରି ଉପହାର ଦେଉଥିଲି ଆଉ ଯାହା ସହ ମୋତେ ଯୋଡି ମୋ ସହପାଠୀମାନେ କଲେଜ କାନ୍ଥରେ କୋଇଲା ଆଉ ନାଲି ଇଟାରେ ବିଭିନ୍ନ ଜିନିଷ ଲେଖୁଥିଲେ? ତାକୁ ମୁଁ ସେତେ ବେଳେ ଡାକୁଥିଲି ଭଲ ମୂଡ଼ରେ ‘ଶାଲୁ’ ଆଉ ରାଗିଗଲେ ‘ମୋଟି’ I ସେହି ମୋଟୀ ଆଜି ରାଜହଂସିନି ! ଆଜି ମଧ୍ୟ କମ ଗହଣା ପିନ୍ଧିଛି I ଖାଲି ଫରକ ଏତିକି, କଟକର ତାରକସି କାନଫୁଲ ବଦଳରେ ଆଜି ହୀରା ଆଉ ପ୍ଳାଟିନମର ଦାମିକା ବ୍ରାଣ୍ଡେଡ କାନଫୁଲଟି ଝଟକୁଛି ପାର୍ଟିରେ I ଅଳ୍ପ ସମୟ ଆଗରୁ ଜଣେ ବାନ୍ଧବୀ ମନ୍ତବ୍ୟ ଦେଇ ଫୁଲ ଦୁଇଟିକୁ ଦେଖିକି ଆଉ ତାଙ୍କର ‘ହାଉ ବିଉଟିଫୁଲ’ ର ଉତ୍ତର ଦେବାକୁ ଯାଇ ଶାଲୁ କହିଥିଲା ," ହଁ ମୋର ବହୁତ ପସନ୍ଦ ଏହି ହଳକ, ନ୍ୟୁୟର୍କରୁ ଆଣିଥିଲେ ମୋ ପାଇଁ  ସମର I କହୁଥିଲେ କୁଆଡେ କିଛି ହଜାର ଡଲାର ଏହାର ମୂଲ୍ୟ ଆଉ ଲିମିଟେଡ଼ ଏଡିସନରେ ତିଆରି ହେଇଥିଲା I “

"ହଁ   ଶାଲୁ ମଧ୍ୟ ଲିମିଟେଡ଼ ଏଡିସନଟିଏ ଯାହା ପଛରେ କେହି ପଡି ନଥିଲେ ବାହା ହେବାକୁ ସତ କିନ୍ତୁ ତଥାପି ତାହାକୁ ସମସ୍ତେ ଚାହୁଁଥିଲେ ପ୍ରେମିକା  ଭାବେ, କାରଣ ସିଏ ଥିଲା ମାନସିକ ସ୍ତରରେ ଅତି ରୋମାଣ୍ଟିକ, ଶରୀରର ରୂପ ରଙ୍ଗ ଯାହା ହେଉ ନା କାହିଁକି  I ଭଲ ଗପ କରେ ଆଉ ସବୁ ଆଡେ ବୁଲିବାକୁ ତତ୍ପର ଥାଏ I ଏହା ବ୍ୟତୀତ ଜଣେ ପ୍ରେମିକାର ସବୁ ଠାରୁ ଆବଶ୍ୟକ ଯାହା, ଖିଲି ଖିଲି ହସ, ବଡ ବଡ ଆଖି ଆଉ  ସୁନ୍ଦର ଓଠ ତାହା ପାଖରେ ଥିଲା I ତେଣୁ ସାବର୍ଣ୍ଣ ରଙ୍ଗ କି ତାହାର ମୋଟେଇ ଉପରେ କାହାର ନଜର ଯାଏନି ସହଜରେ I ସବୁ କିଛି ଭଲ ଥିଲା ସେତେବେଳେ ମଧ୍ୟ ଶାଲୁର I ଖାଲି ଗୋଟିଏ ଜିନିଷ ଖରାପ ତାହାର, ଯିଏ ତାକୁ ଭଲ ପାଏ, ତାକୁ ସିଏ ଏକ୍ସପ୍ଲଇଟ କରେ I ସ୍ଵଭାବିକ ମଧ୍ୟ ଆଉ ସ୍ଵାଭାବିକ ମଧ୍ୟ, ପୁରୁଷର ଦୁର୍ବଳତାର ସୁଯୋଗ ନେବା ନାରୀଟିଏ ପାଇଁ !

"ଏକ ବସିଛ ସମୀର?" କିଛି ସମୟ ପରେ ମୋ ସାମ୍ନାରେ ଆସି ବସିଗଲା ଶାଲୁ," କିଛି ଡ୍ରିଙ୍କ ମଗେଇବିକି ତୁମ ପାଇଁ? ଆଶ୍ଚର୍ଯ୍ୟ ହୋଇଗଲା ନିଶ୍ଚୟ ମୋତେ ଦେଖିକି ! ମୋ ଲାଇଫରେ ସମୀର ନାହିଁ, ସମର ଅଛି," ଶାଲୁ କହିଲା I 

"ହଁ ମୁଁ ଚିହ୍ନି ପାରିଲିନି ପ୍ରଥମେ I ଏହା ବ୍ୟତୀତ ତୁମେ ଦାଶରୁ ମିଶ୍ର ହୋଇଯାଇଛ," ମୁଁ ଉତ୍ତର ଦେଲି  I 

"ତୁମର ମଜାକିଆ ଢଙ୍ଗ ଯାଇନି I ବହୁତ ମାନେ ପଡେ କଲେଜ ଦିନର କଥା ଆଉ ତୁମେ କଥା," ଶାଲୁ କହିଲା I

 "ସମର ଜାଣିଲେ ତୁମକୁ ଦେବେ ଦୁଇ ପାହାର," ମୁଁ ହସିଲି I

 "ନା ସେ ସବୁ ଜାଣନ୍ତି ମୋ ବିଷୟରେ, ମୁଁ କିଛି ଲୁଚାଏ ନାହିଁ I ଯାହା କହେ ଆଜି ମଧ୍ୟ କହେ ରୋକଠୋକ," ଶାଲୁ କହିଲା  I 

"ତୁମେ ବହୁତ ଲକି," ମୁଁ କହିଲି, " ମୋତେ ତ ସମର ଉପରେ ଈର୍ଷ୍ୟା ଲାଗୁଛି I"   

ହସିଲା ଶାଲୁ ,”ତୁମ ୱାଇଫକୁ ଆଣିଲନି ଯେ? ହଁ ତୁମର ବର୍ଷଟିଏ ହେଇଗଲାଣି କମ୍ପାନୀରେ କେବେ ସୁଯୋଗ ପାଇନି ଦେଖା କରିବାକୁ I ତୁମେ ଯୋଗ ଦେବା  ସପ୍ତାହଟି ମୁଁ ଲଣ୍ଡନରେ ଥିଲି I ତୁମର ଭଲ ଅଭିଜ୍ଞତା ଅଛି, ସମର ତୁମ କାମରେ ଖୁସି ଅଛନ୍ତି I ଆଶା କରୁଛି ଏଠି କିଛି ବର୍ଷ ରହିବ I ତୁମେ ତ ଏମିତିରେ ପ୍ରତି ଦୁଇ ବର୍ଷରେ ପ୍ରମୋସନ ନେଇକି ବାହାରି ଯାଅ I“

"ଧନ୍ୟବାଦ ମୋତେ ନିଯୁକ୍ତି ଦେଇଥିବାରୁ I ମନସ୍ଵିନୀ ଘରେ ରହିଗଲା, ଛୁଆଟିର ଦେହ ଟିକେ ଖରାପ ଅଛି, ସେଥି ପାଇଁ," ମୁଁ କହିଲି," ସାଧାରଣତଃ ପୁଅର  ଦେହ ଭଲ ରହେ କିନ୍ତୁ ଏଥର କେମିତି  କେଜାଣି ଟିକେ ଥଣ୍ଡା ହୋଇ ଯାଇଛି I”

"ହଁ ସେଦିନ ମିତା ଦେଖାଉଥିଲା ଲଞ୍ଚରେ ତାହାର ଫୋଟୋଟି  I ସିଏ ତୁମ ଘରେ ଉଠେଇଥିଲା I ସୁନ୍ଦର ଛୁଆଟିଏ ହେଇଛି I ନାକଟି ଠିକ ତୁମର ନାକ ଭଳି ବହୁତ ଆକର୍ଷଣୀୟ I ଆସିଥିଲେ ମୁଁ ବହୁତ ଖୁସି ହେଇଥାଆନ୍ତି I ଘରକୁ ଆସ କେବେ ଫେମିଲି  ସହିତ," ଶାଲୁ କହିଲା  I 

"ଆଉ  ତୁମର ଛୁଆ?" ମୁଁ ପଚାରିଲି I 

"ଏତେ କାର୍ଯ୍ୟଭାର ଭିତରେ ଆଉ ପରିବାର ପାଇଁ ସମୟ କାହିଁ? ଏହା ବ୍ୟତୀତ ସମରଙ୍କ ସମୟ ନାହିଁ  ଦାୟିତ୍ଵ  ନେବା ଲାଗି I କୋଉ ଏବେ ବୟସ ପଳେଇଛି ମୋର? ଆଜି କାଲି ଯୁଗ ବଦଳିଲାଣି, ଆଜି କାଲି ଆଉ କଣ ସେହି ପୁରୁଣା ଯୁଗ ଅଛି କି ଯେଉଁଠି ପୁରୁଷ ବାହାର ସମ୍ଭାଳୁଥିଲା ଆଉ ସ୍ତ୍ରୀ ଘର ! ମୁଖ୍ୟ କଥା ହେଲା ମୋତେ କାହିଁକି ସମରର  ନାକଟି  ଭଲ ଲାଗୁନି I ଛୁଆଟିର ନାକଟି ମୋ ଭଳି ହେଲେ ଚଳିବ I ଏହା ବ୍ୟତୀତ ତାଙ୍କର ଟିକେ ବଂଶଗତ ଦୋଷ ଅଛି, ଡାଏବେଟିସର I ବାକି ସବୁ ଭଲ ବହୁତ ଭଲ ପାଆନ୍ତି ମୋତେ, ସବୁ ଆଣି ଦିଅନ୍ତି ଏବଂ ବେଡ଼ରେ ମଧ୍ୟ ଭଲ I ତେଣୁ ଭାବୁଛି ଅନ୍ୟ ଉପାୟରେ ଛୁଆଟିଏ ପାଳିବି I" 

 "ତାହା ହେଲେ ଗୋଟିଏ ପୋଷ୍ୟ ପୁତ୍ର କି କନ୍ୟା କରୁନ?" ମୁଁ କହିଲି  I 

"ନା ମୋର ଅନ୍ୟ ଆଇଡିଆ  ଅଛି, ମୁଁ ସମରକୁ ବି କହି ସାରିଛି?" ଶାଲୁ କହିଲା I 

"କଣ?" ମୁଁ ପଚାରିଲି I 

" ମୁଁ ସମରକୁ କହି ସାରିଛି ମୁଁ ଭଲ ପୁରୁଷଟିଏ ଦେଖିକି, ନୂଆ ଟେକ୍ନୋଲୋଜିରେ ମାଆ ହେବି I ଆଜି କାଲି ଏସବୁ ସମ୍ଭବ ହେଲାଣି I ତୁମେ କେବେ କରିଛ କି ସ୍ପେର୍ମ ଡୋନେସନ? ତୁମେ କରିବା କଥା, ତୁମର ଭଲ ଶରୀର ଆଉ ମନ, ହୃଦୟ ମଧ୍ୟ ," ଶାଲୁ କହିଲା  I

 " ନା ମୁଁ କରେନି I କେବେ କରିବି କି ନାହିଁ ଜାଣିନି I କିନ୍ତୁ ସମର କିଛି କହିଲେନି" ମୁଁ ପଚାରିଲି  I 

"କଣ କହିବେ? ତୁମେ କଣ ମୋତେ ଜାଣି ନାହଁ କି? ମୋ ଆଗରେ କଣ କାହାର କଥା ଚଳେ ? ହଉ ଆସୁଛି ଅନ୍ୟ ଅତିଥି ମାନଙ୍କର ଟିକିଏ ସତ୍କାର କରିବାକୁ ପଡ଼ିବ I ଏତେ ବର୍ଷରେ ମଧ୍ୟ ତୁମେ ବଦଳିନ I ବହୁତ ଭଲ ଲାଗିଲା ତୁମ ସହ ପୁଣି ଅନ୍ତରଙ୍ଗ ହୋଇ କଥାବାର୍ତ୍ତା କରିବାକୁ," ଶାଲୁ କହିଲା  Iଚାଲିଗଲା ଶାଳୁ, ଏତେ ଦାମିକା ଗହଣା ଆଉ ଲୁଗା ମଧ୍ୟରେ ମଧ୍ୟ ଭୁଲିନି ତାହାର ସେହି ପ୍ରିୟ ପଦ୍ମଫୁଲର ବଡି ସ୍ପ୍ରେ ପଦ୍ମଫୁଲର ବଡି ସ୍ପ୍ରେ ଯାହା ମୋତେ ବହୁତ ଆକର୍ଷିତ କରେ I ଏଇ ପରଫ୍ୟୁମଟା ନିଶ୍ଚୟ ଅଧିକ ମହଙ୍ଗା ଆଉ ବ୍ରାଣ୍ଡେଡ  ହେଇଥିବ କିନ୍ତୁ I


 ମୁଁ କିଛି ଭାବିବାକୁ ଲାଗିଲି I ମୋର ପରିବାରଟିଏ ଦରକାର ସବୁ ଦିନ ପାଇଁ, ଏକ ପ୍ରକାର ଭଲ ହେଇଛି ମୁଁ ଶାଲୁକୁ ପ୍ରପୋଜ କରିନି I   ଅଲଗା ଆକର୍ଷଣଟିଏ ଅଛି ଶାଲୁର କିନ୍ତୁ ଆଜି ମଧ୍ୟ I ଆଜି ମଧ୍ୟ ନିଜର କଥା ମନେଇ ପାରୁଛି ପୁରୁଷ ଠାରୁ ଆଉ ଆଜି ମଧ୍ୟ ସାଜିପାରୁଛି ଅନ୍ତରଙ୍ଗ ପ୍ରେମିକାଟିଏ, ନିଜର ପତିଙ୍କର ! ସମର ପ୍ରତି ଜନ୍ମିଥିବା ଇର୍ଷ୍ୟାର ଭାଵଟି କିନ୍ତୁ ଉଭେଇ ଯାଇଥିଲା I 


Rate this content
Log in