shibaram dalai

Others

3  

shibaram dalai

Others

ଆଇସକ୍ରିମ

ଆଇସକ୍ରିମ

1 min
433



ଛୋଟ ପିଲାଟିଏ,ବୟସ ସାତ ବର୍ଷ ଆଇସକ୍ରିମ ବାଲାଠୁ କିଛି ଦୂରରେ ଠିଆ ହୋଇଥିଲା, ଗୋଟିଏ ଆଖି ଲୁହ ଛଳଛଳ ତ ଅନ୍ୟ ଆଖିରୁ ଧାରେ ଲୁହ ଆସି ଓଠରେ ମିଶିଥାଏ ।ସେ ଠିଆ ହେଇ ଚାଁହି ରହିଥିଲା ଆଇସକ୍ରିମ ବାଲାକୁ ।


ମୁଁ ଗୋଟିଏ ଆଇସକ୍ରିମ ଧରି ବୁଲି ପଡିଲା ବେଳକୁ ମୋ ଆଖି ସେହି ପିଲାଟି ଉପରେ । ପାଖକୁ ଗଲି ପଚାରିଲି କଣ ହେଲା ଏଠି ଏମିତି କାନ୍ଦୁଛୁ ,କଣ ବାପା କି ବୋଉ ମାରିଲେ ? ଆଇସକ୍ରିମ ଖାଇବୁ ? ମୁଣ୍ଡ ହଲେଇ ହଁ କହିଲା । ସେ ଆଇସକ୍ରିମଟା ତା ହାତକୁ ବଢ଼େଇ ଦେଲି । ବହୁତ ଖୁସି ହୋଇ ମୋ ହାତରୁ ନେଇ ଗଲା । କଣ ଭାବିଲା କେଜାଣି ସେ ମୋତେ ଫେରାଇ ଦେଲା । ମୁଁ ପଚାରିଲି କଣ ହେଲା ? ସେ କହିଲା ମୋ ମାମା ଗାଳି କରିବେ । ମୁଁ କହିଲି ମୁଁ ମାମା କୁ ବୁଝେଇ ଦେବି ।ଏଥର ସେ ମୋ ହାତ ରୁ ନେଇ ଖାଇବାକୁ ଲାଗିଲା ।


ମୁଁ ପଚାରିଲି ତୁମେ କାନ୍ଦୁଥିଲ କାହିଁକି ? ସେ କହିବାକୁ ଲାଗିଲା ମୋ ବାବା କମ୍ପାନୀରେ କାମ କରନ୍ତି । ମୁଁ ଫୋନ ରେ ତାଙ୍କୁ ଆଇସକ୍ରିମ ଆଣିବାକୁ କହିଲି । ସେ ତାଙ୍କ ସାଥିରେ ବଡ଼ ବଡ଼ ୨ଟା ଆଇସକ୍ରିମ ଆଣିଲେ ଯେ ସମସ୍ତେ କହୁଛନ୍ତି ସେ କୁଆଡ଼େ ମରିଗଲେ । ବାବା ଆଉ ମୋତେ ଗେଲ କରିବାକୁ ଆସୁନାହାନ୍ତି । ଅଙ୍କଲ ତୁମେ କୁହ ମରିଗଲେ କଣ ଆଇସକ୍ରିମ ଆଣନ୍ତି । ସେଥିପାଇଁ ମାମା କୁ ମୁଁ ଆଇସକ୍ରିମ ମାଗେନି, କାଳେ ସେ ମୋତେ ଛାଡି ବାବା ଙ୍କ ପାଖକୁ ଚାଲିଯିବ । ସେ କୁନି ପିଲାଟି ପ୍ରଶ୍ନର ଉତ୍ତର ଦେବାକୁ ମୋ ପାଖରେ ଶବ୍ଦ ନଥିଲା , ଥିଲା ଖାଲି ଦୁଇ ଟୋପା ଲୁହ ।



Rate this content
Log in