Kanan Bala Nayak

Children Stories

3  

Kanan Bala Nayak

Children Stories

~~~ଆଇସକ୍ରିମ୍~~~

~~~ଆଇସକ୍ରିମ୍~~~

3 mins
12.2K


ଆଠ ନଅବର୍ଷ ର ପିଲା ଟିଏ ନାଁ ତାର ଗୀତିକା। ଚତୁର୍ଥ ଶ୍ରେଣୀ ରେ ପାଠ ପଢେ। ଆଜି କାଲି କା ପିଲା ଭଳି ଦୁଷ୍ଟ ନୁହଁ।ଭାରୀ ଶାନ୍ତ ସୁଧାର।ବାପା, ମାଆ ଓ ଅନ୍ୟ ଗୁରୁଜନ ମାନଙ୍କୁ ଖୁବ୍ ଭକ୍ତି କରେ। ତାଙ୍କ କଥା ମାନେ।ଭଲ ପାଠ ପଢିବା ସହିତ ନାଚ, ଗୀତ ଓ ଡିବେଟ ରେ ମଧ୍ୟ ଅଂଶ ଗ୍ରହଣ କରେ। ସବୁ ବେଳେ ହସ ହସ ମୁହଁ‌। ଘରେ ବାହାରେ ଓ ବିଦ୍ୟାଳୟ ରେ ସମସ୍ତେ ତାଙ୍କୁ ଭାରୀ ଭଲ ପାଆନ୍ତି। ହେଲେ ଏଇ କିଛି ଦିନ ହେଲା ଗୀତିକା ଭାରୀ ଉଦାସ ରହୁଛି।ତା ମୁହଁ ର ହସ କୁଆଡେ ଲିଭି ଯାଇଛି।ଗୀତିକା ର ଉଦାସ ମୁଁହ ଦେଖି ତା ବାପା ତା ମାଆ ଙ୍କୁ ପଚାରିଲେ ଆରେ‌ ଗୀତୁର କଣ ହୋଇଛି?ସେ କାହିଁକି ଏମିତି ମୁହଁ ଶୁଖାଇ ବସୁଛି?   ତା ବାପା ଙ୍କ କଥା ଶୁଣି ତା ମାଆ କହିଲେ, ତୁମେ କଣ ଜାଣିନ ତୁମ ଗେହ୍ଲୀ ଝିଅ ଆଇସକ୍ରିମ ଖାଇବା କୁ କେତେ ଭଲ ପାଏ?ଆଇସକ୍ରିମ ବାଲା ର ଘଣ୍ଟି ବାଜିଲା କ୍ଷଣି ସେ ଯେଉଁଠି ଥିଲେ ବି ଆଇସକ୍ରିମ ବାଲା ପାଖକୁ କେମିତି ଦଉଡ଼ି ଯାଏ ତୁମେ ଦେଖିନ କି? ତୁମେ ମାର୍କେଟ ରୁ ଯେତେ ଦାମି ଆଇସକ୍ରିମ ଆଣିଲେ ମଧ୍ୟ ତାର ପସନ୍ଦ ଗାଁ କୁ ଆସୁଥିବା ଆଇସକ୍ରିମ ବାଲା ର ସେଇ ଅରେଞ୍ଜ ଫ୍ଲେବର ର କାଠି ବାଲା ଆଇସକ୍ରିମ ‌। ହେଲେ ଏ ବର୍ଷ କରୋନା ପାଇଁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ସେ ଆଇସକ୍ରିମ ବାଲା ଟା ଆଉ ଗାଁ କୁ ଆସି ପାରୁନି। ତେଣୁ ତୁମ ଝିଅ ତା ମନ ପସନ୍ଦର ଆଇସକ୍ରିମ ଖାଇ ପାରୁନି ବୋଲି ମନ ଦୁଃଖରେ ମୁହଁ ଶୁଖାଇ ବସିଛି।    ଗୀତିକା ର ମାଆ ଙ୍କ କଥା ଶୁଣି ତା ବାପା ଗୀତିକା କୁ ତାଙ୍କ ପାଖକୁ ଡାକି ବସାଇଥିଲେ ଓ କହିଲେ ତୁମେ ତୁମ ମନ ପସନ୍ଦର ଆଇସକ୍ରିମ ଖାଇ ପାରୁନ ବୋଲି ମନ ଦୁଃଖ କରିଛ ନାଁ? ବାପା ଙ୍କ କଥା ଶୁଣି ଗୀତିକା କିଛି ଉତ୍ତର ନ ଦେଇ ତଳକୁ ମୁହଁ କରି ବସିଲା।ବାପା ସେଇଠୁ ଗୀତିକା କୁ କୋଳକୁ ଉଠାଇ ନେଇ କହିଲେ, ମାମା ତୁମେ ପରା ଜାଣିଛ ଏ ବର୍ଷ କରୋନା ନାମକ ଗୋଟେ ଦୁଷ୍ଟ ତଥା ଅଦୃଶ୍ୟ ଭାଇରସ୍ କେମିତି ସମଗ୍ର ବିଶ୍ୱର ଜନ ସମୂହ କୁ ତା କବଳରେ କବଳିତ କରିଛି।ଆଉ ତାର ମୁକାବିଲା କରିବା ପାଇଁ ଆମ ସରକାର ସମସ୍ତ ଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିବା ସହ ଲକ୍ ଡାଉନ୍ ର ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଦୋକାନ ବଜାର ସବୁ ବନ୍ଦ।   ଲୋକ ମାନେ ସମସ୍ତେ ସରକାର ଙ୍କ ଅନୁରୋଧ ରକ୍ଷା କରି ନିଜ ନିଜ ଘରେ ରହୁଛନ୍ତି। କେହି କୁଆଡେ ବାହାରୁ ନାହାଁନ୍ତି।ଆମ ଗାଁ କୁ ଆସୁଥିବା ଆଇସକ୍ରିମ ବାଲା ମଧ୍ୟ ସେହି କାରଣରୁ ଆଇସକ୍ରିମ ବିକ୍ରି କରିବା ପାଇଁ ଆଉ ଗାଁ ଗାଁ ବୁଲି ପାରୁନି।ମାମା ତୁମେ ତୁମ ର ମନ ପସନ୍ଦର ଆଇସକ୍ରିମ ଖାଇ ପାରୁନ ବୋଲି ମନ ଦୁଃଖରେ ବସିଛ। ଅଥଚ ସେଇ ଆଇସକ୍ରିମ ବାଲା କଥା ଭାବିଲ? ଯିଏ ପ୍ରତ୍ୟେକ ଦିନ ଆଇସକ୍ରିମ ବିକ୍ରି କରି ତା ପରିବାର ପ୍ରତିପୋଷଣ କରେ।ତା ପରିବାର ଏବେ କେମିତି ଚଳୁଥିବ? ତା ପରିବାର ଲୋକେ କଣ ଖାଉଥିବେ? ତାର ମଧ୍ୟ ତୁମ ଭଳି ଛୋଟ ଛୋଟ ପିଲା ଥିବେ? ସେମାନେ ମଧ୍ୟ ତୁମ ଭଳି ବିଭିନ୍ନ ଜିନିଷ ପାଇଁ ଜିଦି କରୁଥିବେ?    ବାପା ଙ୍କ କଥା ଶୁଣି ଗୀତିକା ବାପା ଙ୍କୁ କହିଲା ସତରେ ବାପା ମୁଁ ତ ସେ କଥା କେବେ ଚିନ୍ତା କରି ନଥିଲି। ଆଇସକ୍ରିମ ବାଲା ଅଙ୍କଲ୍ କହନ୍ତି ଖରା ଦିନେ କୁଆଡେ ତାଙ୍କର ବେଶୀ ବେପାର ହୁଏ।ଆଉ ସେଇ ସମୟରେ ସେ ତାଙ୍କ ପିଲାଙ୍କ ପାଇଁ ତାଙ୍କ ମନ ପସନ୍ଦର ଜିନିଷ ନିଅନ୍ତି। ଅନ୍ୟ ଦିନ ରେ ବେଶୀ ବେପାର ହୁଏନି ତେଣୁ ସେ ସମୟରେ ତାଙ୍କୁ ତାଙ୍କ ପରିବାର ଚଳାଇବା ରେ ଭାରୀ କଷ୍ଟ ହୁଏ।ହେଲେ ଏ ବର୍ଷ ତ ତାଙ୍କର ଜମାରୁ ବେପାର ହେଉନି। ସତରେ ତାଙ୍କ ପରିବାର କେମିତି ଚଳୁଥିବ?    ବାପା କହିଲେ ଖାଲି ଆଇସକ୍ରିମ ବାଲା ଅଙ୍କଲ ନୁହଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ପ୍ରତ୍ୟକ ଦିନ ପରିଶ୍ରମ କରିଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ। ଏମିତି ଅନେକ ଲୋକ ବି ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରି ବି ନିଜ ପରିବାର କୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଦେଇ ପାରନ୍ତି ନାହିଁ।ଆଉ ତାଙ୍କ ପିଲାଙ୍କ ପାଟିରେ ଆଇସକ୍ରିମ ର ସ୍ବାଦ ‌ବି ବାଜି ଥିବା କି ନାଁ କିଏ ଜାଣେ? ତା ଉପରେ ପୁଣି ଏଇ କରୋନା ଆଉ ତା ପାଇଁ ହୋଇଥିବା ଲକ୍ ଡାଉନ୍। ତାଙ୍କ ମେରୁଦଣ୍ଡ କୁ ପୁରା ଭାଙ୍ଗି ଦେଇଛି। ତୁମେ ମାନେ ତ ଏ ପର୍ଯ୍ୟନ୍ତ ସେ ଭଳି କୌଣସି ଅସୁବିଧାର ସମ୍ମୁଖୀନ ହୋଇନ। ଖାଇବା ପିନ୍ଧିବା ରେ ତ ତୁମ ର କିଛି ଅସୁବିଧା ହୋଇନି। କିନ୍ତୁ ଥରେ ଖାଲି ତାଙ୍କ କଥା ଭାବି ଦେଖିଲ।     ଗୀତିକା କହିଲା ବାପା ମୁଁ ସବୁ କଥା ବୁଝି ପାରୁଛି। ମୋତେ ତୁମେ କ୍ଷମା କରିଦିଅ। ମୁଁ ଏବେ ଖାଲି ଆଇସକ୍ରିମ ନୁହଁ କୋୖଣସି ଜିନିଷ ପାଇଁ ଆଉ କେବେ ଜିଦି କରି ମୁହଁ ଫୁଲାଇବି ନାହିଁ।


Rate this content
Log in