ଆଇ .ସି.ୟୁ
ଆଇ .ସି.ୟୁ
ରାତି 11ଟା ହେବ ପ୍ରଶାନ୍ତ କୌଣସି ଏକ ହସ୍ପିଟାଲର ବେଞ୍ଚରେ ବସି କବିତା ଲେଖୁଛି । କିଛି ସମୟ ପରେ ତା କବିତା ଫେସ ବୁକରେ ପୋଷ୍ଟ କଲା । ତା ପରେ ସେ ପାଖ ଦୋକାନକୁ ଚା ପିଇବାକୁ ଗଲା । 15 ମିନିଟ ପରେ ଚା ପିଇ ପୁଣି ବେଞ୍ଚକୁ ଆସିଲା ଓ ମୋବାଇଲରେ ତା ନିଜ ପୋଷ୍ଟ ଖୋଲି ଦେଖିଲା 2/3ଟା ଲାଇକ ଓ ଗୋଟେ କମେନ୍ଟ ଥିଲା । ସେ ଝିଅଟି ଲେଖିଥିଲା ସାର ଆପଣ କେଉଁଠି ,ମୁଁ ଅପଣଙ୍କ ସାଥିରେ କଥା ହୋଇପାରେ କି ? ସେ ଓକେ ଲେଖିଲା । ସେପଟୁ ସେ ଝିଅଟି ଲେଖିଲା ସାର ମୋ ନାଁ ଝରଣା ମୁଁ ଆପଣଙ୍କ ଲେଖାର ଜଣେ ନିୟମିତ ପାଠିକା । ଆପଣଙ୍କ ଲେଖା ମତେ ବହୁତ ଭଲ ଲାଗେ ,ହେଲେ ଆଜି କଲି ବହୁତ ଦୁଃଖୀ କବିତା ଲେଖୁଛନ୍ତି କାହିଁକି ? ପ୍ରଶାନ୍ତ ଲେଖିଲା ମୋ ମା ଆ.ସି.ୟୁରେ ଅଛି କାଲି ଟିକେ ଭଲଥିଲା ହେ ଆଜି ଭେଣ୍ଟିଲେଟରରେ ଅଛି । ଝରଣା ଲେଖିଲା ଓଃ ମୁଁ ବହୁତ ଦୁଃଖିତ , ସାର ଆପଣ କଣ ହସ୍ପିଟାଲରେ ବସି କବିତା ଲେଖୁଛନ୍ତି । ପ୍ରଶାନ୍ତ ହଁ , ଲେଖିଲା ।
ଝରଣା ଫୁଣି ପଚାରିଲା ସାର ଆପଣ ରାତିରେ ହସ୍ପିଟାଲ୍ ରେ ରହିବେ ନାଁ ଘରକୁ ଫେରବେ ।
ପ୍ରଶାନ୍ତ - ମୁଁ ଜାଣିନି ,ଏଯାଏଁ ଠିକ କରିନି ।
ଝରଣା - ସାର ଅପଣଙ୍କ କବିତା ଉପରେ କିଛି ପଚାରି ପାରିବିକି ?
ପ୍ରଶାନ୍ତ- ହଉ ପଚାର ।
ଝରଣା- ସାର ଆପଣ କବିତା ଲେଖିବାର ଇନ୍ସପାରେସନ କେଉଁଠୁ ପାଆନ୍ତି ?
ପ୍ରଶାନ୍ତ - ପରିବେଶ ରୁ ।
ଝରଣା-ସାର ଆପଣ କବିତାକୁ କେତେ ଭଲ ପାଆନ୍ତି ।
ପ୍ରଶାନ୍ତ - ନିଜଠୁ ବେଶୀ ,ଦୁନିଆଁରେ କବିତା ମୋର ସବୁଠୁ ନିଜର ବାକି ସବୁ କାମଥିଲେ ରହନ୍ତି ଓ ସରିଗଲେ ଫୁର ହୋଇଯାନ୍ତି ।
ଝରଣା-ସାର ଆପଣ କେତେବେଳେ କବିତା ଲେଖନ୍ତି ।
ପ୍ରଶାନ୍ତ - ଯେତେବେଳେ ବେଶୀ ଏକା ଲାଗେ ।
ଝରଣା-ଏବେ କଣ ଆପଣଙ୍କୁ ଏକା ଲାଗୁଚି ?
ପ୍ରଶାନ୍ତ - ହଁ ମୋ ମା ମୋର ବହୁତ ନିଜର ତା ଦେହ ଖରାପ ସେ ଆଇସିୟୁରେ ,ଭେଣ୍ଟିଲେଟରରେ ଜାଣିନି ତାର କଣ ହେବ । ତା ଜାଗାରେ ମୁଁ ଚାଲିଗଲେ ଭଲ ହୁଅନ୍ତା ,ମୋର ବି ଆଉ ବନ୍ଚିଵାକୁ ଇଚ୍ଛାନାହିଁ ।
ଝରଣା- କାହିଁକି ସାର ?
ପ୍ରଶାନ୍ତ- ଏ ସ୍ୱାର୍ଥ ପର ଦୁନିଆଁ ମତେ ଆଉ ଭଲ ଲାଗୁନି ।
ଝରଣା- ନା ସାର , ଆପଣ ବହୁତ ସୁନ୍ଦର ଲେଖୁଛନ୍ତି ଆଉ ଏମିତି ନେଗେଟିଭ କାହିଁକି ଭାବୁଛନ୍ତି ?
ପ୍ରଶାନ୍ତ-ନା ମୁଁ ନେଗେଟିଭ ନୁହେଁ ହେଲେ ମୋ ପରିବେଶ ମତେ ସେମିତି କରିବାକୁ ବାଧ୍ୟ କରୁଛି । ପୁଅ ପଢା ଓ ଘର ଲୋନ ମୋର ଅର୍ଥନୀତିକୁ ଦୋହଲେଇ ଦେଇଛି । ମା ର ହସ୍ପିଟାଲ ବିଲ ଫୁଣି ତା ଉପରେ । ଭାଇ ଭଉଣୀ କେହି ଆସୁନାହାନ୍ତି । ମୁଁ କଣ କରିବି ଜାଣିନି ।
ଝରଣା-ନା ସାର ସେମିତି ଭାବନ୍ତୁନି , କାଲି ସବୁ ଠିକ ହୋଇଯିବ । ମୁଁ ମାଉସୀଙ୍କ ପାଇଁ ପାର୍ଥନା କରିବି ।
ତା ପରଦିନ ପ୍ରାୟ ରାତି 10ଟା ବେଳେ ପ୍ରଶାନ୍ତ ବସି ଫେସବୁକ ଦେଖୁଥିଲେ, ଝରଣା ପଚାରିଲା ସାର ମାଉସୀ କେମିତି ଅଛନ୍ତି ?
ପ୍ରଶାନ୍ତ - ମା ଟିକେ ଠିକ ଅଛି । ଭେଣ୍ଟିଲେଟରରୁ ବାହାରିଲା ଓ ଆସିୟୁ ରେ ଅଛି ।
ଝରଣା - ଆଉ ଆପଣ ?
ପ୍ରଶାନ୍ତ -ମୁଁ ବି ଠିକ ଅଛି ସାନ ଭାଇ ଏବେ ଆସିଥିଲା
ଝରଣା - ସାର ଏବେ ବସି ବସି ଭଲ କବିତା ଲେଖନ୍ତୁ ,ମୁଁ ଭଗବାନଙ୍କୁ ପାର୍ଥନା କରୁଛି । ସେ ମାଉସୀଙ୍କୁ ଭଲ କରିଦେବେ ଓ ଆପଣ ଙ୍କ ପ୍ରୋବ୍ଲେମ ସଲଭ କରିଦେବେ ।
ପ୍ରଶାନ୍ତ -ଓକେ ଅନେକ ଧନ୍ୟବାଦ ଝରଣା ତୁମର ଉପଦେଶ ଓ ପାର୍ଥନା ପାଇଁ ।
ଝରଣା - କିଛି ଭଲ କବିତା ଲେଖି ପୋଷ୍ଟ କରନ୍ତୁ ।
ପ୍ରଶାନ୍ତ -ଜରୁର କରିବି ତମେ ମୋର ଚିନ୍ତା ଧାରା ବଦଳେଇ ଦେଇଛ । ଅନେକ ଧନ୍ୟବାଦ ।
ତା ପରଦିନ ପ୍ରାୟ ରାତି 10ଟା ବେଳେ ପ୍ରଶାନ୍ତ ବସି ଫେସବୁକ ଦେଖୁଥିଲେ, ଝରଣା ପଚାରିଲା ସାର ମାଉସୀ କେମିତି ଅଛନ୍ତି ?
ପ୍ରଶାନ୍ତ - ବୋଉ ଠିକ ଅଛି ,ଅକ୍ସିଜେନ ଦିଆହେଉଛି । ଦେଖିବା ତା ପରେ କଣ ହେବ ।
ଝରଣା - ଆଉ ଆପଣ ?
ପ୍ରଶାନ୍ତ - ମୁଁ ଟିକେ ବେଶୀ ଚିନ୍ତା କରୁଛି ବୋଉ ପାଇଁ ।
ଝରଣା - ସାର ଭଗବାନଙ୍କୁ ପାର୍ଥନା କରନ୍ତୁ ,ସବୁ ଠିକ ହୋଇଯିବ । ଆପଣ ଭାଙ୍ଗି ପଡିଲେ ପରିବାରର ବାକି ଲୋକଙ୍କୁ କିଏ ସ୍ୱଂମ୍ଭାଳିବ ।
ପ୍ରଶାନ୍ତ - ସେଇଟାତ ସତ କଥା ,ହେଲେ ବହୁତ କଷ୍ଟକର କଥା ।
ଝରଣା -ସାର ମୁଁ ଭାବୁଛି କଲି ସବୁ ଠିକ ହୋଇଯିବ ଓ ଆପଣ ଖୁସିରେ କବିତା ଲେଖିପାରିବେ ।
ପ୍ରଶାନ୍ତ - ହଁ ତା ଛଡା ଆଉ କିଛି ବେଶୀ ଚିନ୍ତା କରି ପାରୁନି । ଅନେକ ଅନେକ ଧନ୍ୟବାଦ ଝରଣା ।
ଝରଣା - ନା ସାର ଧନ୍ୟବାଦ କଣ ପାଇଁ , ଆପଣଙ୍କ କବିତା ପଢି ମୁଁ ବହୁତ କିଛି ଶିଖିଚି ଆଉ ଏ ଦୁଃଖର ବେଳରେ ଆପଣଙ୍କ ସାଥିରେ କଥା ହେଉଛି ଏହା ମୋର ଭାଗ୍ୟ ।
ପ୍ରଶାନ୍ତ - ଝରଣା , ତମ ସାଥିରେ କଥା ହୋଇ ବହୁତ ଶାନ୍ତି ମିଳୁଛି । ଭଗବାନ ତୁମଭଳି ଝିଅ ସମସ୍ତଙ୍କୁ ଦିଅନ୍ତୁ । ଡାକ୍ତର ଆସିଲେଣି ମୁଁ ତାଙ୍କ ସାଥିରେ କଥା ହେବାକୁ ଯାଉଛି ।