STORYMIRROR

Kamal Kumar Dash

Others Romance

2  

Kamal Kumar Dash

Others Romance

ଆଇ ଲଭ ୟୁ

ଆଇ ଲଭ ୟୁ

2 mins
14.1K


ଦିନେ ଫେସବୁକରେ ଖୋଜୁ ଖୋଜୁ ଅଶୋକକୁ ମିଳିଗଲା ଅସୀମା ,କଲେଜ ବେଳର ସାଙ୍ଗ ପ୍ରାୟ 30 ବର୍ଷ ପରେ । ଖୁସିରେ ନାଚିଗଲା ସେ ଅସୀମାର ପ୍ରୋଫାଇଲ ଦେଖି । ସେଥିରେ ଅସୀମାର ଫୋନ ନମ୍ବର ବି ଥିଲା । କଲେଜ ଛାଡିଲା ପରେ ସେ କେବେ ଭାବି ନଥିଲା କି ଅସୀମା ସାଙ୍ଗରେ କେବେ କଥା ହୋଇ ପାରିବ ବୋଲି । ମୋବାଇଲରେ ଅସୀମାକୁ ରିଂ କଲା , କିଛି ସମୟ ପରେ ଫୋନ ଉଠାଇଲା ଅସୀମା । ଅଶୋକ କହିଲା ଆରେ ଅସୀମା ,ମୁଁ ଅଶୋକ କହୁଛି ଭୁବନେଶ୍ୱରରୁ ବିଜେବି କଲେଜ 1985 ଆଇ ଏ ସି ବ୍ୟାଚ , କିଛି ମନେ ପଡିଲା । ହଁ ମନେ ପଡିଲା ତୁ ଏବେ କେଉଁଠି ରହୁଛୁ ? ମୁଁ କଲିକତାରେ ରହୁଛି ,କହିଲା ଅଶୋକ ଓ ପଚାରିଲା ଆରେ ତୁ କେଉଁଠି ରହୁଛୁ ? ମୁଁ ଗୋଆରେ ରହେ କହିଲା ଅସୀମା । ଅଶୋକ କହିଲା ଭିଡିଓ କଲ କରୁଛି ଉଠାଇବୁ । କିଛି ସମୟ ପରେ ଅସୀମାର ଫଟ ଅଶୋକର ମୋବାଇଲରେ ଦେଖା ଗଲା । ସେ କହିଲା ଆରେ ଅସୀମ ତୁ ଟିକେ ହେଲଦି ଦେଖାଯାଉଛୁ । ଅସୀମ ହସି ହସି କହିଲା ହେଲଦି ନୁହେଁ ମୋଟୀ ତା ପରେ ଦୁହେଁ ହସିଲେ । ଅଶୋକ କହିଲା ଆରେ ତୋର ତ ଚଷମା ଲାଗିଗଲାଣି ? ଅସୀମା କହିଲା ତୋର ଲାଗିନିକି? ହଁ ଲାଗିଗଲାଣି କହି ହସି ପକାଇଲା ଅଶୋକ । ତା ପରେ ଅଶୋକ କହିଲା ତତେ ଅନେକ ଖୋଜିଛି ହେଲେ ପାଇ ନଥିଲି ଆଜି ତୋ ନମ୍ବରଟା ମିଳିଗଲା ବୋଲି ତତେ ରିଂ କଲି । ତୋ ଏଇ ରାନୀ କଲର ଟା ତତେ ଭଲ ଲାଗେନା କଣ ,କଲେଜର ଗଣେଷ ପୂଜାରେ ବି ଏଇ କଲରର ଶାଢ଼ୀ ପିନ୍ଧି ଆସିଥିଲୁ । ଅସୀମା ହସିଲା କହିଲା ଏତେ ଦିନ ତଳ କଥା ମୋର ମନେ ନାହିଁ, ହଁ ଏ କଲର ମତେ ଭଲ ଲାଗେ । ତାପରେ ଅଶୋକ କହିଲା ଆରେ ତୋତେ ଗୋଟେ କଥା କହିବାର ଥିଲା କହିବି ? ଅସୀମ କହିଲା ଯାହା କହିବାର ଅଛି ଜଲଦି କହ ମୋର ବଜାର ଯିବାର ଅଛି ।ଅଶୋକ କହିଲା ବହୁତ ଦିନରୁ ଭାବୁଛି ତତେ କହିବି ବୋଲି ହେଲେ କହି ପାରିନି ଆଜି କହିଦେଉଛି ,ତୁ ଯାହା ଭାବିଲେ ଭାବି ପଛକେ , ଆଇ ଲଭ ୟୁ ।

ଅସୀମା ହସି ହସି କହିଲା ଏଇ କଥା ,ହେଲେ 30 ବର୍ଷ ଆଗରୁ କହିଥିଲେ ଯାହା ହୋଇଥାନ୍ତା ଆଜି ଏହାର ମାନେ କିଛି ନାହିଁ ଅଶୋକ ,ମୋ ପୁଅ ବାହାଘର ଆର ବର୍ଷ କରିବି ଆସିବୁ ,ବାଏ କହି ଫୋନ ରଖିଲା ଅସୀମା ଆଉ ଅଶୋକ କଥା ନକହିଲେ ଭଲ ।


Rate this content
Log in