Trushna Das

Children Stories Inspirational

4.0  

Trushna Das

Children Stories Inspirational

ଆଧୁନିକ ଯୁଗରେ ବିକ୍ରମ ବେତାଳ ଗପ

ଆଧୁନିକ ଯୁଗରେ ବିକ୍ରମ ବେତାଳ ଗପ

3 mins
267


ବହୁ ଦିନର ତଳର କଥା।ଗୋଟିଏ ଯାଗାରେ ଧର୍ମବୀର ନାମକ ସାମ୍ରାଜ୍ୟ ଥିଲା।ସେହି ସାମ୍ରାଜ୍ୟର ରାଜାମାନେ ବଡ ବୀର ଥିଲେ ଏବଂ ଧର୍ମ ପରାୟଣ ଥିଲେ। କିନ୍ତୁ କାଳ କ୍ରମେ ରାଜ ଶାସନ ଆସ୍ତେ ଲୋପ ପାଇବାକୁ ଲାଗିଲା। ଦେଶ ସ୍ୱାଧୀନ ହୋଇଗଲା। ଶିକ୍ଷାର ଉନ୍ନତି ଘଟିଛି। ଏବେ ଆଉ କେହି ରାଜ ଶାସନ ମାନୁ ନାହାନ୍ତି। 


କିନ୍ତୁ ଏବେ ସେହି ସାମ୍ରାଜ୍ୟର ଉତ୍ତରାଧିକାରୀ ଚନ୍ଦନ ଓ ବିଜୟ ନିଜକୁ ସେହି ଜାଗାର ରାଜା ଭାବନ୍ତି ଏବଂ ନିଜର ଆଭିଜାତ୍ୟ ଦେଖାଇ ହୁଅନ୍ତି। ହେଲେ ସେହି ଅଞ୍ଚଳର କେହି ଲୋକ ସେମାନଙ୍କୁ ରାଜା ବୋଲି ଖାତିର କରୁ ନ ଥିଲେ।କାରଣ ସେମାନେ ଅଶିକ୍ଷିତ ଥିଲେ। ଆଧୁନିକତାର ରୀତି ନୀତି ସେମାନଙ୍କୁ ଜଣା ନ ଥିଲା।ତାଙ୍କ ପାଖରେ କାମ କରୁଥିବା ଲୋକମାନେ ତାଙ୍କୁ ଠକେଇ ଦେଉଥିଲେ। ଏମିତି କିଛି ବର୍ଷ ପରେ ତାଙ୍କ ପାଖରେ କାମ କରୁଥିବା ଲୋକମାନେ ସେମାନଙ୍କ ସବୁ ସମ୍ପତ୍ତିକୁ ନଜେ ହଡ଼ପ କରି ସେମାନଙ୍କୁ ଗାଁରୁ କାଢି ଦେଲେ। 


ଚନ୍ଦନ ଓ ବିଜୟ ନଜର ଭୂଲ ବୁଝି ପାରିଲେ ଯେ ଏ ସବୁ ଶିକ୍ଷାର ଅଭାବରୁ ଏମିତି ହୋଇଛି। ତେଣୁ ସେମାନେ ନିଜ ପୁଅ ଝିଅଙ୍କୁ ପାଠ ପଢାଇ ବଡ ମଣିଷ କରିବାର ସ୍ଥିର କଲେ। 


ଚନ୍ଦନ ତାଙ୍କ ଝିଅ ସୁରମୟୀଙ୍କୁ ଏବଂ ବିଜୟ ତାଙ୍କ ପୁଅ ସୂର୍ୟଙ୍କୁ ଭଲ ଶିକ୍ଷା ଦେବାକୁ ସ୍ଥିର କଲେ। ଦୁଇ ଭାଇ ଦାଦନ ହୋଇ ଶ୍ରମିକ କାମ କରିଲେ। ସେମାନଙ୍କ ସ୍ତ୍ରୀମାନେ ବି ପର ଘରେ କାମ କଲେ। ଭାଗ୍ୟର ଖେଳ ଅଦ୍ଭୁତ। ଯେଉଁମାନେ ଦିନେ ରାଜା ଭଳି ଚଳୁଥିଲେ ଏବେ ସେମାନେ ପର ଘରେ ଚାକର। ଏସବୁ ଶିକ୍ଷାର ଅଭାବ ଯୋଗୁଁ ହୋଇଛି ବୋଲି ସେମାନେ ବୁଝି ସାରିଲେଣି। ନିଜ ଛୁଆମାନଙ୍କ ଶିକ୍ଷାରେ ଅଭାବ ନ ରଖିବେ ବୋଲି ସେମାନେ ବହୁତ ପରିଶ୍ରମ କରି ଟଙ୍କା ଉପାର୍ଜନ କରୁଥିଲେ। ହେଲେ ଅଶିକ୍ଷିତ ବୋଲି ବହୁତ ଲୋକ ସେମାନଙ୍କୁ ଠକେଇ ଦେଉଥିଲେ। 


ସୁରମୟୀ ଓ ସୂର୍ଯ୍ୟ ଭଲ ପାଠ ପଢୁଥିଲେ। ସେମାନେ ବି ବାପା ମାଆଙ୍କ ଅବସ୍ଥା ଦେଖି ଜାଣି ପାରି ଥିଲେ ଶିକ୍ଷାର ମୂଲ୍ୟ।ତେଣୁ ପାଠ ପଢି ବଡ ମଣିଷ ହେବେ ଏବଂ ତା ସାଙ୍ଗକୁ ବାପା ମାଆଙ୍କୁ ବି କିଛି ଜ୍ଞାନ ଦେବା। ସେମାନଙ୍କ ଲକ୍ଷ୍ୟ ଥିଲା।


ସୁରମୟୀ ଓ ସୂର୍ଯ୍ୟ ବିଦ୍ୟାଳୟରୁ ଫେରିବା ପରେ ନିଜ ପାଠ ସାରିଲା ପରେ ଯାହା ସେମାନେ ବିଦ୍ୟାଳୟରୁ ଶିଖି ଥାଆନ୍ତି ତାହା ତାଙ୍କ ବାପା ଓ ମାଆଙ୍କୁ ଗପ ଆକାରରେ ବୁଝାନ୍ତି ଏବଂ ପରେ ସେମାନେ ତାହା ଉପରେ ପ୍ରଶ୍ନ କରନ୍ତି। ସେମାନେ କୁହନ୍ତି ଯଦି ତାଙ୍କ ବାପା ମାଆ ପ୍ରଶ୍ନର ଉତ୍ତର ଦେବେ ନାହିଁ ତେବେ ସେମାନେ ଆଉ ପାଠ ପଢିବେ ନାହିଁ।ତେଣୁ ବାପା ମାଆ ବି ମନ ଦେଇ ଗପ ଶୁଣି ଜ୍ଞାନ ନିଅନ୍ତି ଏବଂ ପ୍ରଶ୍ନ ଉତ୍ତର ଦିଅନ୍ତି। ସାଇ ପଡିଶା ଏହା ଦେଖି କୁହନ୍ତି ଲାଗୁଛି ଏଇ ଆଧୁନିକ ଯୁଗରେ ବିକ୍ରମ ବେତାଳ ଗପ ଚାଲିଛି। ଯେମିତି ବେତାଳ ଗପ ମାଧ୍ୟମରେ ରାଜା ବିକ୍ରମାଦିତ୍ୟଙ୍କୁ ଜ୍ଞାନ ଦେଉଥିଲେ ଏବଂ ସର୍ତ ରଖୁ ଥିଲେ ଯେ ଗପ ଶେଷରେ ପ୍ରଶ୍ନ ଉତ୍ତର ନ ଦେଲେ ତ ସେ ତାଙ୍କୁ ଛାଡି ପଳାଇବେ ଏବଂ ରାଜା ବିକ୍ରମ ସନ୍ୟାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିବେ ନାହିଁ, ଠିକ ସେହିପରି ସୁରମୟୀ ଏବଂ ସୂର୍ଯ୍ୟ ତାଙ୍କ ବାପା ମାଙ୍କ ସହ କରୁଛନ୍ତି।


ସୂର୍ଯ୍ୟ ବଡ ହୋଇ କଲେକ୍ଟର ଅଫିସରେ ହେଡ କ୍ଲର୍କ୍ ଚାକିରୀ କରୁଛନ୍ତି ଓ ସୁରମୟୀ ଶିକ୍ଷୟିତ୍ରୀ ହୋଇଛନ୍ତି। ଚନ୍ଦନ ଓ ବିଜୟ ଦୁଇ ଭାଇ ଛୁଆମାନଙ୍କ ଦ୍ୱାରା ବହୁତ ଜ୍ଞାନ ଅର୍ଜନ କରି ସାରିଛନ୍ତି।


ଏବେ ଚନ୍ଦନ ଓ ବିଜୟ ପିଲାମାନଙ୍କ ପରାମର୍ଶରେ କୋର୍ଟରେ କେସ୍ କରିଛନ୍ତି ଜାଗା ଓ ସମ୍ପତ୍ତି ପାଇଁ ଯେଉଁ ଗୁଡିକୁ ବହୁତ ବର୍ଷ ତଳେ ଲୋକମାନେ ତାଙ୍କୁ ଠକି ହଡପ କରି ନେଇଛନ୍ତି। ଶେଷରେ ଚନ୍ଦନ ଓ ବିଜୟ କେସ ଜିତି ଯାଇଛନ୍ତି।


ଲୋକମାନେ କହିଲେ ଏହି ପରିବାରଟିର କାହାଣୀ ଆଧୁନିକ ଯୁଗରେ ବିକ୍ରମ ବେତାଳ ଗପ ପରି।କାରଣ ଯେମିତି ବେତାଳର ଗପରୁ ଜ୍ଞାନ ପାଇ ରାଜା ବିକ୍ରମ ଶେଷରେ ରାଜା ସନ୍ୟାସୀଙ୍କୁ ମାରି ନିଜକୁ ଓ ବେତାଳକୁ ବଞ୍ଚାଇ ଥିଲେ ଠିକ ସେହି ପରି ଚନ୍ଦନ ଓ ବିଜୟ ସନ୍ତାନଙ୍କ ଠାରୁ ବୁଦ୍ଧି ପାଇ ସେମାନଙ୍କର ପୂର୍ବ ପୁରୁଷଙ୍କ ସମ୍ପତ୍ତି ପୁଣି ଫେରି ପାଇଲେ।


Rate this content
Log in