STORYMIRROR

Debabrata Jena

Others

2  

Debabrata Jena

Others

ଯୀଶୁଙ୍କ ପାଇଁ ପଦୁଟିଏ

ଯୀଶୁଙ୍କ ପାଇଁ ପଦୁଟିଏ

1 min
1.2K


ଏମିତି ଏକ ନିଶାର୍ଦ୍ଧର ବୁକୁ ଚିରି

ତୁମେ ଆସିଥିଲ ଏ ଜଂଜାଲମୟ ସଂସାରକୁ

ମସିହା ରୂପେ ସମଗ୍ର ବିଶ୍ୱର ଆଲୋକ ସାଜି ..... (୧)

ଦୁଃଖ,ଯନ୍ତ୍ରଣାର ତାଡ଼ନା ମଧ୍ୟରେ

ଦେଇଗଲ ସମସ୍ତଙ୍କୁ

ଆଶା ଆଲୋକର ଅମୋଘ ଶକ୍ତି ....(୨)

ଦୟାର ସାଗର ନେଇ

ମହାନତାର ବିଶାଳ ହୃଦୟରେ

ବାଣ୍ଟିଦେଲ ସମ୍ଭାବନାର ପହିଲି କିରଣ .....(୩)

ପାପ,କାଳିମାର ଘନ ତିମିର ମଧ୍ୟରେ

ସବୁଦିନ ପାଇଁ ଜାଳି ଦେଇ ଗଲ

ଜୀଇଁବାର ଆଶା

ଆଉ ଭରିଦେଲ ସଂଗ୍ରାମ କରିବାର ଆତ୍ମବିଶ୍ୱାସ...(୪)

ଦୁଇ ସହସ୍ର ବର୍ଷ ପରେ ବି ତୁମ

ଶେଷ ଶବ୍ଦ ଅଙ୍କୁରିତ ହୁଏ ଆମ କର୍ଣପଟରେ

"ହେ ଇଶ୍ଵର, ସେମାନେ କିଛି ଜାଣିନାହାନ୍ତି

ତାଙ୍କୁ କ୍ଷମା କରିଦିଅ " .......(୫)

ନିଜେ କ୍ରୁଶବିଦ୍ଧ ହୋଇ ଚାଲିଗଲ

ଭଗବାନଙ୍କ ଦେବଦୂତ ହୋଇ

କିନ୍ତୁ ଦେଇଗଲ ସମଗ୍ର ସୃଷ୍ଟି ପାଇଁ

ସମ୍ଭାବନା ,ପ୍ରଗତିର ନୂତନ ଆଲୋକରାଶି.....( ୬)

ତୁମ ପବିତ୍ର ଜନ୍ମଦିନରେ ଏତିକି ପ୍ରାର୍ଥନା

ସମଗ୍ର ମାନବଜାତିରେ ମାନବବାଦର ରେଣୁ

ଅଗ୍ନି-ସ୍ଫୁଲିଙ୍ଗ ସମ ଜଳି ଅଜ୍ଞାନତାର କଳୁଷକୁ

ପୋଡି ପାଉଁଶ କରିଦେଉ ...(୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍