STORYMIRROR

Minakshi Samal

Others

2.5  

Minakshi Samal

Others

ଯୀଶୁ ଖ୍ରୀଷ୍ଟ

ଯୀଶୁ ଖ୍ରୀଷ୍ଟ

1 min
1.6K




ବେଥେଲ୍ ହାମ୍ ର

ଅଶ୍ବଶାଳାରେ

ମରୀୟମ କୋଳେ

ଜନମ ନେଲ।


ଜଗତପିତା ଙ୍କ

ଆଦେଶ କୁ ପାଳି

ଜଗତ ମଙ୍ଗଳକାରୀ

ହୋଇଲ।


ବ୍ୟାଧୀ ଗ୍ରସ୍ତ ଙ୍କୁ

ଆରୋଗ୍ୟ କରିଲ

ମୃତଙ୍କୁ

କଲ ଜୀବିତ।


ପ୍ରେମର ବାଣୀକୁ

ପ୍ରଚାରିଲ ତୁମେ

ବୋଲାଇଲ

ଯୀଶୁ ଖ୍ରୀଷ୍ଟ।


ଧର୍ମ ଗୁରୁ ମାନେ

ବିରୋଧୀ ହୋଇଲେ

ସାଜିଲେ

ତୁମର ଅରି।


ଯାତନା ଯେ ଦେଲେ

କ୍ରୁଶ ବିଦ୍ଧ କଲେ

ମାନବିକତା

ପାଶୋରି।


ତୁମେ କିନ୍ତୁ ଯୀଶୁ

ଏ ଧରା ବକ୍ଷରେ

ଅମର

ହୋଇ ରହିଲ।


ପ୍ରେମର ବାଣୀକୁ

ସର୍ବଶ୍ରେଷ୍ଠ ବୋଲି

ଜଗତରେ

ପ୍ରଚାରିଲ।


ମିନାକ୍ଷୀ ସାମଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍