PRANATI MAHAPATRA

Others

4  

PRANATI MAHAPATRA

Others

ଯିବା ଆଜି ଝାରସୁଗୁଡ଼ା ଜିଲ୍ଲା

ଯିବା ଆଜି ଝାରସୁଗୁଡ଼ା ଜିଲ୍ଲା

1 min
23.4K


ଜାନୁଆରୀ ଏକ ୧୯୯୪ରେ

ନୂଆ ଜିଲ୍ଲା ମାନ୍ୟତା ପାଇଲା,

ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇଣ

ଝାରସୁଗୁଡ଼ା ଜିଲ୍ଲା ହେଲା


ଓଡ଼ିଶାର ପଶ୍ଚିମରେ ଅବସ୍ଥିତ

ପ୍ରଶାସନିକ ଏ ଜିଲ୍ଲା,

୨,୦୮୧ ବର୍ଗ କି .ମି ଆୟତନ

ଆମ ଝାରସୁଗୁଡ଼ା ଜିଲ୍ଲା।

ପୂର୍ବେ ସମ୍ବଲପୁର ଜିଲ୍ଲା ପଶ୍ଚିମରେ

ରାଜ୍ୟ ଅଟେ ଛତିଶଗଡ଼,

ଉତ୍ତରରେ ସୁନ୍ଦରଗଡ ଜିଲ୍ଲା ଯେ

ଦକ୍ଷିଣରେ ବରଗଡ଼।

ଝାରସୁଗୁଡ଼ାର ମୁଖ୍ୟ ଶିକ୍ଷାନୁଷ୍ଠାନ

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ,

ବ୍ରଜରାଜନଗର ଇଞ୍ଜିନିୟରିଂ ସ୍କୁଲ

ବେଲପାହାଡ଼,କେନ୍ଦ୍ର ବିଦ୍ୟାଳୟ।

ମନମୋହନ ହାଇସ୍କୁଲ ଓଡ଼ିଶାର

ପୁରାତନ ବିଦ୍ୟାଳୟ,

ଝାରସୁଗୁଡ଼ାର ବ୍ଲକ ଡାଇମଣ୍ଡ

ସମେତ ଅନେକ ଶିକ୍ଷାଳୟ।

ଓଡ଼ିଶାର ଏକ ଅଗ୍ରଣୀ ଜିଲ୍ଲା

ଅଟେ ଆମ ଝାରସୁଗୁଡ଼ା,

ଗମନାଗମନ ପଥ ଯେ ସୁଦୃଢ

ରେଳପଥ, ରାଜପଥ ଚଉଡ଼ା।

ଶିଳ୍ପୋନ୍ନତ ଜିଲ୍ଲା ଭାବେ ଜଣାଶୁଣା

ବ୍ରଜରାଜନଗର କୋଇଲା ଉତ୍ପାଦନ,

ହୀରାକୁଦ ଜଳଭଣ୍ଡାର ସମେତ

ଭୂଷଣ ଇସ୍ପାତ ଆର୍ଜନ।

କୋଇଲି ଘୋଘର ଜଳପ୍ରପାତ

ଅଟେ ଭାରତ ବିଖ୍ୟାତ,

ଲଖନପୁରର କୁଶମେଲବହଳ

ଗ୍ରାମ ସନ୍ନିକଟେ ଅବସ୍ଥିତ

ବିକ୍ରମ ଖୋଲର ଗୁମ୍ପାରୁ ମିଳେ

ପ୍ରାକ୍ ଐତିହାସିକ ଶିଳାଲେଖ

ଧାଇଁ ଆସନ୍ତି ହୋଇ ଆକର୍ଷିତ

ପ୍ରତ୍ନତତ୍ତ୍ଵବିଦ୍ ଐତିହାସିକ।

ଝାରସୁଗୁଡ଼ା ର ଝାଡେଶ୍ଵର

ବ୍ରଜରାଜ ଚଣ୍ଡୀମନ୍ଦିର,

ବହୁ ପୁରାତନ ସ୍ଥାପତ୍ୟର ପରିଚୟ

ଦିଏ ପାହାଡୀ ମନ୍ଦିର।

ପୂର୍ବତଟ ଦକ୍ଷିଣ ପୂର୍ବ ରେଳପଥ

କଲିକତା ଦିଲ୍ଲୀ ମୁମ୍ବାଇ ଯାଏ,

ରାଜପଥ ମଧ୍ୟେ ଛତିଶଗଡ଼ ରାୟପୁର

କଲିକତା ରୁ ମୁମ୍ବାଇ ଯାଏ।

ବାବା ଝାଡେଶ୍ଵର ତୋ ପାଦେ

କରେ ମୁଁ କୋଟି କୋଟି ଜୁହାର,

ଜୟ ଜୟ ମାଆ ଚଣ୍ଡୀ ଠାକୁରାଣୀ

ଅଭୟ ପ୍ରଦାନ କର।



Rate this content
Log in