STORYMIRROR

Sushantkumar Pradhan

Others

3  

Sushantkumar Pradhan

Others

ଯଦି ହେବୁ ଭଲ ସାଂଗ

ଯଦି ହେବୁ ଭଲ ସାଂଗ

1 min
13.7K


ଯଦି ହେବୁ ଭଲ ସାଂଗ 

କର ମନ ସତସଂଗ

ଛାଡିଣ କୁସଂଗ ସଂଗ

ଛାଡ ଅହଂକାର ରେ । ।

କର ମାୟାମୋହ ଭଂଗ

ବିଷୟା ବିଷକୁ ଫିଙ୍ଗ

ମେଣ୍ଟିବ ତୋ ଅଂଗଶ୍ରମ

ଭଜ ପୂର୍ଣ୍ଣାନନ୍ଦ ରେ ।।

ଅଭୟ ପଦ ପଙ୍କଜ

ପରମ ଗୁପତେ ଭଜ

ପୂର୍ଣ୍ଣ ପ୍ରାଣେ ସଂକୀର୍ତ୍ତନ

କର ଦିବା ରାତ୍ର ରେ ।।

ଅମୂଲ୍ୟ ସେ କଳେବର

ଜଗତ ମଧ୍ୟରେ ସାର

କ୍ଷଣିକ ସୁଖେ ନ ପଡି

ଭବସାଗରୁ ତର ରେ ।।

ଭାବମୟ ରାଧାକାନ୍ତ

ପାଦେପଡଇ ସୁଶାନ୍ତ

ମିଳିବ ବୈକୁଣ୍ଠ ଗତି

ନାହିଁ ଅବକାଶ ରେ ।।

ସୁଶାନ୍ତ କୁମାର ପ୍ରଧାନ

ବନ୍ଧହୁଡା

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍