STORYMIRROR

Prasanna kumar sahu

Others

3  

Prasanna kumar sahu

Others

ଯୌତୁକ

ଯୌତୁକ

1 min
214

ଶୁଣ ସମନ୍ଦୁଣି ମୋର

ତୁମ ପୁଅ ସାଥେ ପରା

ମୋର ଦୁହିତାର ପରା

ବାହା ହୋଇ ଯାଇଛି ସ୍ଥିର।


ତିଥି ପରା ମଗୁସୁର

ପଞ୍ଚମୀ ରେ ବାହାଘର

ଝିଅ ମୋର ଇଞ୍ଜିନିୟର

ଇଂଜିନିୟର ଯେ କୁମର

ହୋଇବ ସୁଖୀ ସଂସାର

କହୁଛି ବିବେକ ମୋର।


ଦୁଃଖ ଶୁଣ ସମୁନ୍ଦୁଣି

ଝିଅକୁ ରଖିଛି ଛାଣି

ପଇସା ଦେଇଛି ଗଣି

ସେ ଇଂଜିନିୟର ପୁଣି।


ତାର ରୋଜଗାର ସବୁ

କରିଦେବା ଅଧା ଅଧା,

ତୁମକୁ ନୋହିବ ବାଧା

ଆମକୁ ହେବ ସୁବିଧା।


ରାଜି ହେଲେ ଏତିକିରେ

ବାହାଘର ମଗୁଶିରେ,

ରାଜି ନୋହିଲେ ଏଥିରେ

ଝିଅ ଥାଉ ମୋର ଘରେ।


ଭାବି ଚିନ୍ତି ଯେ କହିବ

ଝିଅ ତୁମ ବୋହୂ ହେବ

ଅରାଜି ହୋଇଲେ ତୁମେ

ଭାଗ୍ୟରେ ନାହିଁ ଭାବିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍