STORYMIRROR

Sudhanjali Mishra

Others

2  

Sudhanjali Mishra

Others

ଯାତ୍ରା

ଯାତ୍ରା

1 min
13.6K


ନୀଳାଚଳ ଧାମ ଯାତ୍ରା ପାଇଁକି

ଜଗନ୍ନାଥଙ୍କର ଲାଗିଛି ଡୋରୀ

ତର ତର ହୋଇ ଆସୁଅଛି ମୁହିଁ

ଯିବି ରେଳଗାଡି ବସିକରି

ମନରେ ମୋହର ଅପାର ଆନନ୍ଦ

କରିବି କାଳିଆକୁ ଦର୍ଶନ

ଚତୁର୍ଦ୍ଧା ମୂର୍ତ୍ତିର ଦର୍ଶନ ଲାଭରେ

ଉଲ୍ଲସିତ ହେବ ମନ ମୋର

କାଳିଆରେ ତୋର କରୁଣା ପାଇଁକି

ବ୍ୟାକୁଳ ହେଉଛି ମନ ମୋର

ତୋ ବଡ଼ ଦାଣ୍ଡରେ ଦଣ୍ଡାୟମାନ ମୁଁ

ତିଳେ ମାତ୍ର ବାରେକୃପାକର

ଜାଣିପାରୁ ନାହିଁ କାହିଁକି ବଞ୍ଚିଛି

କ'ଣ ଅବା ଅଟେ ଲକ୍ଷ୍ୟ ମୋର

ମୋ ଭାଗ୍ୟର ଡୋରୀ ତୋର ହାତେ ପରା

ତୋ ଇଛା ମୁଁ ନିମିତ୍ତ ମାତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍