STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଯାନ୍ତ୍ରିକତାର ପ୍ରଭାବ

ଯାନ୍ତ୍ରିକତାର ପ୍ରଭାବ

1 min
169

ଯାନ୍ତ୍ରିକତାର ପ୍ରଭାବ

ଆଧୁନିକ ଯୁଗ ପ୍ରବେଶ ଆବେଗ 

ନୂଆ ନୂଆ ଯନ୍ତ୍ର ନେଇ

ଘୋରଣା,ପେଷଣା ହୋଇଲେ ଅଲଣା

ଢିଙ୍କି ମଧ୍ୟ ଗଲା ଶୋଇ ।।୧।।

ବଳଦ ,ଶଗଡ଼ ହୋଇଗଲେ ଆଡ଼

ଆଦର କାର,ଟ୍ରାକ୍ଟର

ଯାନ୍ତ୍ରିକ ବିକାଶ କରେ ସର୍ବନାଶ

ସଂସ୍କୃତି ବୁଡେ ଆମର ।।୨।।

ହସ୍ତଶିଳ୍ପ ଆଜି କାହିଁ ଗଲା ହଜି

ଯାନ୍ତ୍ରିକ ରାକ୍ଷାସ ଗ୍ରାସେ

ପ୍ରଗତି ନାମରେ ଦୁର୍ଗତି ଆଦରେ

ଅବୁଝା ମଣିଷ ହସେ ।।୩।।

ପ୍ରଦୂଷଣେ ମଜ୍ଜି ପରିବେଶ ହଜି

ମଣିଷ ଜୀବନ ଖାଏ

ଆଧୁନିକ ଜନ ହେଲେ ସଚେତନ

ସମାଜ ବଦଳି ଥାଏ ।।୪।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍