STORYMIRROR

Santosh Pattnayak

Others

3  

Santosh Pattnayak

Others

ଉତ୍କୃଷ୍ଟ ମୋ ଭାଷା ଓଡ଼ିଆ

ଉତ୍କୃଷ୍ଟ ମୋ ଭାଷା ଓଡ଼ିଆ

1 min
11.4K

ସବୁଠୁ ଉତ୍କୃଷ୍ଟ ଉଚାରଣେ ସ୍ପଷ୍ଟ 

         ଆମରି ଭାଷା ଓଡିଆ 

      ଦେବଭୂମି ଆମ ଭାରତ ବରଷେ 

       କଳିଙ୍ଗ ଗାରିମା ବଢିଆ ।।


ଚାରିଧାମ ସିନା ଅଛି ଆମ ଦେଶେ

 ଶ୍ରେଷ୍ଠ ଧାମ ଏଇ କଳିଙ୍ଗେ 

ଜଗତର ନାଥ ଆଦର ଯୋଉଠି 

କେ'ସରି ହବ ତା ସଙ୍ଗେ... ! 

 ଜମ୍ଭୁ ଦ୍ଵୀପେ ଭାରତ ବର୍ଷେ ଉତ୍କଳ ଶ୍ରେଷ୍ଠ 

     ସଂସ୍କୃତ ପୁରାଣ ଗାଥା 

   ସଦା ଉଚ୍ଚେ ମଥା ଶୁଦ୍ଧ ଶୁଚି ଭାଷା 

       ଜଗନ୍ନାଥ ପିତାମାତା.....


ସୁନ୍ଦର ସରସ ମୋର ଏଇ ଦେଶ 

ଜ୍ଞାନ ଗାରିମା ସଂମ୍ପର୍ଣ୍ଣ 

ଭିନ୍ନ ଭିନ୍ନ ବେଶେ ବିଭିନ୍ନ ସ୍ୱରୁପେ 

ସରସ୍ଵତୀ ବିଦ୍ୟମାନ 

 କାଶୀ ବିଶ୍ଵନାଥେ ମାତା ସରସ୍ଵତୀ 

   ବାଳିକା ଚପଳା ବୟସା 

 ସେଲାଗି ସେଠିକା କଥା ସିନା ମିଠା

     ବାଳୁତ ସୁଲଭ ଭାଷା...... ।


ଦକ୍ଷିଣ ଭାରତେ ବୃଦ୍ଧା ହେଲେ ମାତା 

ଭାଷାରୁ ହ୍ରାସ ମଧୁର 

ଆତୁରେ ଅଧିର ଲାଗେସେଠି ସୁର

 କ୍ଷୀଣ ଅଟେ କଣ୍ଠସ୍ୱର

  କିନ୍ତୁ ମୋ' ଉତ୍କଳେ ସଦା କାଳେ କାଳେ

    ମାତା'ମୋ ଚିର ଯୌବନା 

  ସବୁରି କଣ୍ଠରେ ସମ୍ପୁର୍ଣ୍ଣ ଶୁଦ୍ଧରେ

      ଭାଷା ଅତି ମନଜିଣା.....।


ଉଦାହରଣ : 

କାଶୀରେ ସରସ୍ବତୀ ବାଳିକା ଏଣୁ ‛ଳ’ ଉଚ୍ଚାରଣ ନକରିପାରି ତାଙ୍କର

‛ଲ’ ଉଚ୍ଚାରଣ ହୁଏ । ପିଲାଏ ବହୁ ଅଭ୍ୟାସ ପରେ ଯାଇ ଠିକ୍ ରେ ‛ଳ’ ଉଚ୍ଚାରଣ କରିଥାନ୍ତି ଆଉ ଯେତେ ଦିନ ଯାଏଁ 'ଳ' ଉଚ୍ଚାରଣ ନ ହୋଇଛି ତାଙ୍କ ଖନି ଖନି ପାଟିରେ 'ଳ' ଯୁକ୍ତ ଶବ୍ଦରେ 'ଳ' କୁ 'ଲ' କହୁଥାନ୍ତି ।

ତେଣୁ କାଶୀରେ ସରସ୍ବତୀ 

ବାଳସୁଲଭକଣ୍ଠରେ ଗାଅନ୍ତି ......

“'ललित लवंग लतापरिशीलन,. कोमल मलय शरीरे......”


ଦକ୍ଷିଣ ଭାରତେ ବୃଦ୍ଧା

ଉ: ବୃଦ୍ଧା ବୟସ୍କା ମାନେ ଥର ଥର କଣ୍ଠରେ ଗାଅନ୍ତି :-

“ଲଲିତ୍ଥା ଲବଙ୍ଗ୍ହ ଫରିଶ୍ହୀଲ୍ହନ 

କ୍ହୋମ୍ହଲ ମ୍ହଲୟ ଶ୍ହରୀରେ”....


କିନ୍ତୁ କଳିଙ୍ଗୋତ୍କଳରେ ସରସ୍ବତୀ ଚିର ଯୌବନା ଯୁବାବସ୍ଥାରେ ନାରୀର କଣ୍ଠମଧୁର ,ଆକର୍ଷଣ ତେଣୁ ଏ ଉତ୍କଳ ମାଟିରେ ସରସ୍ବତୀ ସଂପୂର୍ଣ୍ଣ ଶୁଦ୍ଧ ଉଚ୍ଚାରଣ କରି ଗାଉଛନ୍ତି ....

ଲଳିତ ଲବଙ୍ଗ ଲତା ପରିଶୀଳନ,

କୋମଳ ମଳୟ ଶରୀରେ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍