STORYMIRROR

Sagar Kumar Parida

Others

3  

Sagar Kumar Parida

Others

ଉତ୍କଳ ମଣି ଗୋପବନ୍ଧୁ

ଉତ୍କଳ ମଣି ଗୋପବନ୍ଧୁ

1 min
135


ଏମିତିକା ପୁଅଟେ କାହୁଁ   ଉତ୍କଳ ଜନନୀ ଧରିବ ଆଉ

      ଏମିତିକା ପୁଅଟେ କାହୁଁ ।

ଦୁଃଖୀ, ରଙ୍କି ସେବା କରି କରି ନିଜ 

             ଜୀବନକୁ ସାରି ଦେଇଛି ସେହୁ

  ଏମିତିକା ପୁଅଟେ କାହୁଁ ...........(ଘୋଷା)


     ଧନ୍ୟପୁରୀ ଜିଲ୍ଲା ଭାର୍ଗବୀକୂଳ

     ସୁଆଣ୍ଡୋ ଗ୍ରାମଟି ଯା' ଜନ୍ମସ୍ଥଳ

ଉତ୍କଳର ମଣି          ପରି ପୂତ ରତ୍ନ

   କୋଳେ ଧରି ଆଜି ପ୍ରସିଦ୍ଧ ସେହୁ ..(୧)

     

       ଆପଣା ପାଇଁକି କରେନି ଚିନ୍ତା

       ଦୁଃଖୀ ପାଇଁ କାନ୍ଦେ ତା ହୃଦ ସତ୍ତା

  ନିଜ ପୁତ୍ର ଛାଡି         ମରଣ ଦୁଆରେ

      ବଞ୍ଚାଇଛି ବନ୍ୟା ପୀଡିତ ଦାଉ ....(୨)

    

      ଏକାଧାରେ  ସିଏ କବି, ଶିକ୍ଷକ

      ସମାଜ ସଂସ୍କାରୀ ,ଦେଶସେବକ

 'ଉତ୍କଳ ଦର୍ପଣ'          ସମାଜ ଯାହାର

       ଜନେ ପ୍ରଚାରଇ ଖବର ବହୁ......(୩)


        ବନ୍ଦୀ ଆତ୍ମକଥା ,ଅବକାଶ ଚିନ୍ତା

        ଗୋ ମହାତ୍ମା,ଧର୍ମପଦ, ନଚିକେତା

   ଓଡ଼ିଆ ଭାଷାର         ଅମୂଲ୍ୟ ସମ୍ପଦ

      ସୃଷ୍ଟି ସମ୍ଭାରର ଗଚ୍ଛିତ ଭାଉ.....(୪)


        ଚିର ସ୍ମରଣୀୟ ସେ ଗୋପବନ୍ଧୁ

        କୋଟି  ଓଡ଼ିଆଙ୍କ ହୃଦୟ ଇନ୍ଦୁ

     ଭାଷଇ ସାଗର       କୋଟି ନମସ୍କାର

          ଫେରିବା ପଥକୁ ଆମେ ଅନାଉ...(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍