STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଉଡୁ ପତିତପାବନ ବାନା

ଉଡୁ ପତିତପାବନ ବାନା

1 min
330


ଡକା ବାଜୁଛି ମହିଁମା ହେ

ଡକା ବାଜୁଛି ମହିଁମା,

ଡାକୁଛି ଆରତୀ ‌ହରଣେ ବିପତ୍ତି

ବାରେ ଶୁଣ ତ ମଣିମା ହେ ,

ଡକା ବାଜୁଛି ମହିଁମା ହେ ।।


ଡରଲାଗେ ଦେଖି ଦୁନିଆଁ ରିତି

ଡରିଯାଉଛ କି ମୋ ଦୁଃଖ ଦେଖି,

ବେଦନାଭରା ମୋ ସଂସାର ପଥ

ଦେଖ ଚକା ଆଖି ବିଶ୍ଵ ସମ୍ରାଟ,

ବିକଳ ଡାକୁଛି ଅରଜି ଵାଢୁଛି

ନଶୁଣୁଛ କିଆଁ ଜମା ହେ ,

ଡକା ବାଜୁଛି ମହିଁମା ହେ ।।


ଡୁବି ଡୁବି ଯାଏ ଜୀବନ ସୂର୍ଯ୍ୟ

ଡୋରେ ବାନ୍ଧି ନେବ କାଳ ନିଧାର୍ଯ୍ୟ,

ଡେରିକଲେ ଜୀବ ନରକ ଗାମି

ଡେରି କର ନାହିଁ ‌ହେ ଅନ୍ତର୍ଯ୍ୟାମୀ,

ବେଳ ବୁଡି ଯାଏ ଆୟୁ ସରିଯାଏ

କୃପା ନେତ୍ରେ ଥରେ ଅନା ହେ ,

ଡକା ବାଜୁଛି ମହିଁମା ହେ ।।


ଡଙ୍ଗର ନିବାସି ନୀଳମାଧବ

ଡାକଇ କାତରେ ଶୁଣ ମୋ ଧବ,

ପାର୍ଥିବ ସମ୍ପତ୍ତି ମୋ ଲୋଡା ନାହିଁ

କବି ଫୁଲ କବି ପ୍ରଫୁଲ୍ଲ ଡାକଇ,

ଉଡୁ ଫରହରେ ସଂସାରେ ଠାକୁରେ

ତବ,ପତିତପାବନ ବାନା ହେ ,

ଡକା ବାଜୁଛି ମହିଁମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍