ଉଦ୍ଧାର କର
ଉଦ୍ଧାର କର
1 min
145
କି ଲୀଳା କରୁଛ ପ୍ରଭୁହେ ସଂସାରେ ଦୁଃଖ ଅଜାଡି କରୋନା ଭାଇରସ ଡରରେ ବିଶ୍ୱ ଛାଡ଼ୁଛି ରଡି ଅଣସର ।
ଘରେ ତୁମେ ରହିଥିଲ ଆମକୁ ରଖେଇ ଦେଲ ପୁରା ବିଶ୍ୱକୁ ଅଜଣା ଭୟରେ ତୁମେ ଡରାଇ ଦେଲ ନବ ଯୌବନ ବେଶକୁ ଧରି କେବେ ବାହାର ଆସିବୁ ବନ୍ଧୁବାନ୍ଧବ ସାଙ୍ଗସାଥୀ ମେଳେ ହସିଖେଳି ବୁଲିବୁ ।
ହେ ବିଶ୍ୱନିୟନ୍ତା ହେ ବିଶ୍ୱ ବିଧାତା ଦୁଃଖ ନାଶନ କର ସୁନ୍ଦର ସୃଷ୍ଟିକୁ ମହାବିପତ୍ତିରୁ ତୁମେ ଉଦ୍ଧାର କର ।
