Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

ଉଭା ହେବେ ମାଆ ମହିମାମୟୀ

ଉଭା ହେବେ ମାଆ ମହିମାମୟୀ

1 min
295


ଆଶ୍ୱିନ ଆସିଛି ଧରାକୁ ଓହ୍ଲାଇ

   ପାର୍ବଣ ଋତୁକୁ ସାଥିରେ ନେଇ

ଚଉଦିଗେ ସାଜସଜ୍ଜା ଚାଲିଅଛି

  ଉଭା ହେବେ ମାଆ ମହିମାମୟୀ ।


ଶୁଭ୍ର କାଶତଣ୍ଡି ଅନାଇ ବସିଛି

   ସ୍ୱାଗତ କରିବ ମାଆ ଦୁର୍ଗାଙ୍କୁ

ଶାନ୍ତ ସ୍ନିଗ୍ଧ ଜ୍ୟୋତ୍ସ୍ନା ଚନ୍ଦ୍ରମା ବିଛେଇ

    ପ୍ରସନ୍ନ କରିବ ଜଗଦାତ୍ରୀଙ୍କୁ ।


ପାପ ବିନାଶିନୀ ଦୁର୍ଗତି ନାଶିନୀ

     ଜଗତବାସୀଙ୍କ କଲ୍ୟାଣ ପାଇଁ

ମରତ ଭୂମିରେ ଅବତାର ନେବେ

     ନାନା ଅସ୍ତ୍ରଶସ୍ତ୍ରେ ସଜ୍ଜିତ ହୋଇ ।

  

ଆଲୋକ ମାଳାରେ ପୂଜା ମଣ୍ଡପରେ

     ମହିଷମର୍ଦ୍ଦିନୀ ପୂଜା ପାଇବେ

ଘଣ୍ଟ କାହାଳୀର ମଧୁର ସୁରରେ

     ସରବେ ଭକ୍ତିରେ ନାଚିଉଠିବେ ।


ମନ୍ତ୍ର ଶ୍ଳୋକ ସ୍ତୁତି କର୍ଣ୍ଣରେ ବାଜନ୍ତେ

      ଦୁଷ୍ଟଶକ୍ତି ସବୁ ହୋଇବେ ବଶ

ମାଆ ଜଗଦମ୍ବା ପାପକୁ ନାଶିବେ

      ବୁଣିଦେବେ ଧରାବକ୍ଷରେ ହସ ।



Rate this content
Log in