STORYMIRROR

Goutam Mohanty

Others

3  

Goutam Mohanty

Others

ତୁମରି ହୃଦୟ

ତୁମରି ହୃଦୟ

1 min
17


କେଜାଣି କାହିଁକି ହୃଦୟର ସ୍ୱରକୁ

ତୁମେ ଅଣଦେଖା କରିଚାଲିଛ

ବାରବାର ବୁଝେଇ ଚାଲିଛ କିଛି ମନଗଡା

କାହାଣୀ ତିଆରି କରି

କାହିଁକି ତୁମେ ମାନିବାକୁ ନାରାଜ

ସବୁ ପ୍ରତିଶ୍ରୁତି ମିଛ ନୁହେଁ

କି ସବୁ ପ୍ରେମୀ ସତ୍ୟ ନୁହେଁ।


ହଁ ମାନୁଛି ତୁମେ କହୁଛ କି

ଜୀବନରେ ଯିଏ ଆସେ କେଇଦିନ ପାଇଁ

ସାଥେ ଚାଲିବାକୁ କଥା ଦେଇ ଚାଲିଯାଆନ୍ତି

କିନ୍ତୁ ତୁମେ ଛଳନା କରୁଥିବା ମନଟିର କଥା ଶୁଣିଛ

କେବେ ଏଇ ହୃଦୟର କଥା ଶୁଣିନିଅ।


ନିଜକୁ ଦୃଢ଼ କରି ଛିଡା ହେବା ମାନେ କଣ

ଅନ୍ୟର ଭାବନାକୁ ମାରିଦେବା

ନା କାହା ଆଶା ବିଶ୍ୱାସକୁ ଜାଳିଦେବା

ମନର ଭାଷାକୁ ନବୁଝିଲେ ବି ଯଥେଷ୍ଟ

ବୁଝିସାରିଛି ,ତୁମେ ନିର୍ଦ୍ଦୟୀ ସାଜୁଛ

ଏଇ ନିରୀହ ହୃଦୟ ଉପରେ

କାହିଁକି କହିଲ?

ଦେଇଥିବା କଥା ରଖିପାରିବନି ବୋଲି

ନା ତୁମ ପ୍ରେମିକ ପଣିଆ ଭାଙ୍ଗିଯିବ ବୋଲି

ଯିଏ କଥା ଦେଇଥିଲା,ପ୍ରତିଜ୍ଞା କରିଥିଲା

ସେ କଣ ଅଛି ଏସବୁ ଦେଖିବାକୁ

ତୁମ ମନର ଏ ଭାବନାକୁ ବୁଝିବାକୁ

ନା ତୁମେ ମିଛ ସ୍ୱାଭିମାନକୁ ନେଇ ଏତେ

ଅହଂକାର ଦେଖାଉଛ,

ତୁମ ପ୍ରଶ୍ନ ବୋଧହୁଏ ଓଲଟି ତୁମ ପାଖରେ

ଉତ୍ତର ହୋଇ ଆସିବାକୁ

ଏ ଅପେକ୍ଷାର ଅନ୍ତ କେବେ.....?




Rate this content
Log in