STORYMIRROR

Soumya Shubhadarshinee

Others

3  

Soumya Shubhadarshinee

Others

ତୁମକୁ କହିନି

ତୁମକୁ କହିନି

1 min
334

 


 ମୋ ଭିତରେ ତୁମ ସ୍ମୃତି 

  ସାଇତିଛି ଶାମୁକା ଭିତରେ ମୁକ୍ତା ଭଳି

ମୋ ମନରେ ତୁମ ପ୍ରୀତି 

  ଭରିଛି ସୁଗନ୍ଧା ଫୁଲ ଭିତରେ ମହୁ ଭଳି 

ମୋ ସ୍ୱପ୍ନରେ ତୁମ ଇପ୍ସା 

  ସଜେଇଛି ପ୍ରଭୁ ପାଇଁ ସଜ୍ଜିତ ମାଳ ଭଳି

ମୋ ଆଖିରେ ତୁମ ଛବି 

  ଲାଖି ରହିଛି ଠିକ ଗୋଟେ ଚଳଚ୍ଚିତ୍ର ଭଳି

ମୋ ଓଠରେ ତୁମ ଛୁଆଁ 

  ଉଷ୍ମତା ଭରୁଛି ଠିକ ସେଇ କଫି ଭଳି 

 

ତଥାପି ଜାଣେନା କାହିଁକି 

   ତୁମେ ବୁଝନା ମୋ ବେଦନା 

ଦୁଇଟୋପା ଲୁହରେ ଭିଜେଇ

 ଭୁଲିଗଲ ଦେଇ ହଜାରେ ଯାତନା 


ନିତି ଏବେ ସ୍ମୃତି ସାଗର କୂଳେ

 ରିକ୍ତ ହେଇ କାନ୍ଦୁଛି ମୁକ୍ତା ହୀନ ଶାମୁକା

ପ୍ରୀତି ପୁଷ୍ପ ବାଟିକା ଧ୍ୱସ୍ତ ବିଧ୍ୱସ୍ତ 

 ଶୁନ୍ୟ ସବୁ ମହୁ ଭରା ପୁଷ୍ପ କଳିକା 

ମୋ ମନରେ ମଉଳି ଗଲାଣି ସ୍ୱପ୍ନ

 ସାଜିଲିଣି ମୁଁ ଲୁହଭରା ମାଳିକା 


ମୋ ଦୁଇଟୋପା ଲୁହ 

 କେବେ ଭିଜେଇବ ତୁମକୁ କେଜାଣି

ତୁମକୁ କହିନି ସିନା ସବୁବେଳେ

 ଏକାନ୍ତରେ ବସି କରୁଛି ପ୍ରତୀକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍