STORYMIRROR

Dharitri Das

Others

3  

Dharitri Das

Others

ତୁମେ

ତୁମେ

1 min
193

ତୁମେ ମୋ ଆଶାର

        ଆଲୋକ ପରି

ତୁମେ ମୋ ଜୀବନ

         ରୂପକ ହରି।

ତୁମେ ମୋ ଛୋଟିଆ

         ଦୁନିଆ ପରି

ତୁମେ ମୋ ମାଆର

         ପଣତ ହରି।

ତୁମେ ମୋ ପାଳନ

         କରତା ପରି

ତୁମେ ମୋ ପିଅର

         ପରିକା ହରି।

ତୁମେ ମୋ ଆତ୍ମୀୟ

         ଜନଙ୍କ ପରି

ତୁମେ ମୋ ସଙ୍କଟ

        ମୋଚନ ହରି।

ତୁମେ ମୋ ରକ୍ଷକ

         ସାଜିବା ପରି

ତୁମେ ମୋ ଧୈର୍ଯ୍ୟର

         ସାଗର ହରି।

ତୁମେ ମୋ ଆଶ୍ରୟ

         ଦାତାଙ୍କ ପରି

ତୁମେ ମୋ ଭରସା

        ହୋଇବ ହରି।

ତୁମେ ମୋ ଜୀବନେ

         ସଖାଙ୍କ ପରି

ତୁମେ ମୋ ସୋଦର

         ସାଜିବ ହରି।

ତୁମେ ମୋ ଧରମ

          କରମ ପରି

ତୁମେ ମୋ ଉଦ୍ଧାର

          କରତା ହରି।

ତୁମେ ମୋ ଅନ୍ତର

         ବେଦନା ପରି

ତୁମେ ମୋ ଭାବର

         ଠାକୁର ହରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍