Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

Others

2  

Neelima Nivedita Behera

Others

ତୁମେ

ତୁମେ

1 min
6.6K


ତୁମେ (ଏକ ସ୍ୱପ୍ନ ମାତ୍ର)

ତୁମେ ଦୁଷ୍ଟ

ତୁମେ ନଷ୍ଟ

ତୁମେ ମାତାଲ ଭଅଁର ଏକ

ତୁମେ ସ୍ପଷ୍ଟ

ତୁମେ କ୍ଳିଷ୍ଟ

ତୁମେ ଅନ୍ୟ କାହାର ନାୟକ ।

ତୁମେ ଉଡ଼ିବୁଲ ଫୁଲରୁ ଫୁଲକୁ,

ବଦଳାଅ ହସ

ଗୋଟିଏ ଋତୁରୁ ଆଉ ଏକ ଋତୁକୁ,

ଫେର ବି ନିଜ ମର୍ଜିରେ

ନିଜର ଅହମିକାକୁ...

ମୁଁ କିନ୍ତୁ ନିରବ, ନିଃଶବ୍ଦ, ନିଲଠା

ଚାହିଁଥାଏ

ଦୂରରୁ ତୁମକୁ...

ତୁମର

ପ୍ରତିଟି କ୍ରିୟା-ପ୍ରତିକ୍ରିୟାକୁ... ।

ତୁମେ ଅଭିନିବିଷ୍ଟ

ତୁମେ ହସର ଇଷ୍ଟ

ତୁମେ ପ୍ରେମର ମୌଳିକ ସଂଖ୍ୟା

ତୁମେ ଏକନିଷ୍ଠ

ତୁମେ କର୍ମଠ

ତୁମେ ଜୀବନର ଅନ୍ୟ ବାଖ୍ୟା ।

ତୁମେ ଲେଖି ଦିଅ ସଂଜ୍ଞା ସମ୍ପର୍କର,

ଇସାରା ଦିଅ

ଓଠରେ କେବେ ଆଖିର ଚୁମ୍ବନରେ,

ବର୍ଷାଅ ବି ନିରବତା

ଫି’ ଦିନକୁ...

ମୁଁ ସେତେବେଳେ ନିର୍ବାକ୍, ନିର୍ବୋଧ, ନିଷିଦ୍ଧ

ନିଜ ପରିସରରେ

ପ୍ରତୀକ୍ଷା କେବଳ

ତୁମ ସହମ୍ମତିକୁ... ।


Rate this content
Log in