STORYMIRROR

Debabrata Jena

Others

1  

Debabrata Jena

Others

ତୁମେ

ତୁମେ

1 min
2.3K


ନିର୍ଜନ, ନିସ୍ତବ୍ଧ ନିସଙ୍ଗ ନିଶିଥେ

ତୁମେ ନୀଳିମାର ଜହ୍ନ

ତରୁ, ଲତା, ତଟ, ବନେ ତପୋବନେ

ସର୍ବବ୍ୟାପୀ ବିଦ୍ୟମାନ ।।


ତୁମେ କୋଇଲିର ପଞ୍ଚମ ରାଗିଣୀ

ତୁମେ ବସନ୍ତର ଗୀତି

ପ୍ରତି ପ୍ରଭାତରେ ପୂରୁବ ଅମ୍ବରେ

ତୁମେ ତ ଅସୀମ ଦ୍ୟୁତି ।।


ସକାଳ ସୂରୁଜେ ତୁମେ ପ୍ରଭାପୁର୍ଣ୍ଣ

ନିଶିଥେ ରୂପେଲି ଜ୍ୟୋତି

ନିର୍ଜନ ମଧ୍ୟାହ୍ନେ ତୁମେ ଦୀପ୍ତିମନ୍ତ

ନିଶାମୁଖେ ତୁମେ ଶାନ୍ତି ।।


ସକଳ ଜଗତଜନ ଦୀନବନ୍ଧୁ

ତୁମେ ଶୂନ୍ୟ ନିରାକାର

ଅଣୁ ବ୍ରହ୍ମ ତୁମେ ପରଂବ୍ରହ୍ମ ତୁମେ

ସାକାରରେ ବିଦ୍ୟମାନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍