STORYMIRROR

Sagar Pradhan

Others

2  

Sagar Pradhan

Others

ତୁମେ ଯଦି ହେବ

ତୁମେ ଯଦି ହେବ

1 min
13.8K


ତୁମେ ଯଦି ହେବ ପୂର୍ଣ୍ଣିମାର ଚାନ୍ଦ ମୁଁ ହେବି ତୁମର ଜ୍ୟୋସ୍ନା

ତୁମେ ଯଦି ହେବ କୋମଳ କୁସୁମ ମୁଁ ହେବି ତୁମ ବାସ୍ନା(୧)

ତୁମେ ଯଦି ହେବ ପଥର ପଥିକ ମୁଁ ହେବି ତୁମର ଛାଇ

ତୁମେ ଯଦି ହେବ ନୀଳ ପାରାବାର ମୁଁ ହେବି ତୁମର ନଈ (୨)

ତୁମେ ଯଦି ହେବ ଋତୁରାଜ ବସନ୍ତ ମୁଁ ହେବି ମୃଦୁ ମଳୟ ତୁମେ

ଯଦି ହେବ ବାଟ ହରା ବାଟୋଇ ମୁଁ ହେବି ତୁମ ନିଳୟ (୩)

ତୁମେ ଯଦି ହେବ ସଙ୍ଗୀତର ସୁର ମୁଁ ହେବି ତୁମର ରାଗ

ତୁମେ ଯଦି ହେବ ଫଗୁଣ ମାସଟେ ମୁଁ ହେବି ଅବିର ରଙ୍ଗ (୪)

ତୁମେ ଯଦି ହେବ ମେଘର ମହ୍ଳାର ମୟୂରୀ ସାଜିବି ମୁହିଁ

ସାରା ଜୀବନ ମୁଁ ଅପେକ୍ଷା କରିବି ତୁମରି ବାଟକୁ ଚାହିଁ (୫)

ସାଗର ପ୍ରଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍