STORYMIRROR

Rajendra Giri

Others

5.0  

Rajendra Giri

Others

ତୁମେ ( ସ୍ମୃତି ଉତ୍ତାପ ୨)

ତୁମେ ( ସ୍ମୃତି ଉତ୍ତାପ ୨)

1 min
13.7K




ତୁମେ ଶ୍ରାବଣର ସୀମାହୀନ ଲୁହ

କେତେବେଳେ ବହିଯାଅ

ସ୍ମୃତି ଚମକରେ

ପୁଣି କେତେବେଳେ

ଭାବନାର ପଶ୍ଚାତ ପଟରେ ।।


ତଥାବି ତୁମକୁ ଚାହେଁ

ବ୍ୟବଧାନ ବିଶ୍ଵାସରୁ ଭରଷାକୁ

ଆଜି ବି ଅଭିନୟ କରେ

ଧରି ମୋର ନିର୍ଭେଜାଲ ହସକୁ।।


ତୋଳିବାକୁ ଆଉ ଚାହେଁନା

ଭଙ୍ଗା କାନ୍ଭାସ ଦେହରେ

ତୁମ ଗାତାୟୁ ଅତୀତକୁ

ମୁଁ ପୁଣି କଣ୍ଟା ,ଅଡୁଆ କରେ

ତୁମ ଭବିଷ୍ୟତ ପଥ କୁ ।।


ତୁମେ ନିଦାଘର ଅବିଶ୍ରାନ୍ତ କୋହ

କେତେବେଳେ ଚକ୍ ମକ୍ କର

ବିବର୍ଣ୍ଣ ସ୍ବେଦରେ

ତ କେତେବେଳେ ଜଳାଇମାର

ଛଳନାର ଇନ୍ଧନରେ ।।


ତଥାବି ତୁମକୁ ଚାହେଁ

ଆଶା ସୋରଜରୁ ସୁରୁଜକୁ

ଆଜିବି ପ୍ରତୀକ୍ଷାରତ

ଧରି ମୋର ତମାମ ବୟସକୁ ।।


ରଙ୍ଗେଇବାକୁ ଆଉ ଚାହେଁନା

ମୋ ଚମଡାର କୋଣାର୍କରେ

ତୁମ ପ୍ରତାରଣାର ଝାସକୁ

ମୁଁ ପୁଣି ରକ୍ଷ ,ଗିଳି ଦିଏ

ତୁମ ଐଶ୍ବର୍ଯ୍ୟ ପୀୟୂଷକୁ ।।


ରାଜେନ୍ଦ୍ର ଗିରି

ଭୋଗରାଇ, ବାଲେଶ୍ୱର,୭୫୬୦୭୯

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱର ।

ଭ୍ରାମ୍ୟଭାଷ - ୭୮୭୩୫୭୦୯୩୮


Rate this content
Log in