STORYMIRROR

Sandhya Rani Panigrahy

Others

2  

Sandhya Rani Panigrahy

Others

ତୁମେ ଏଥର ଫୁଟିବ କି ନା

ତୁମେ ଏଥର ଫୁଟିବ କି ନା

1 min
13.5K


କିଏ ଜାଣେ ଯେ ଏ ବେଳାରେ

ତୁମେ ଫୁଟିବ କି ନାହିଁ ନିଶ୍ଚିତରେ

ଏ ଅଘୋଷିତ ଯୁଦ୍ଧରେ

ପାଣି ପବନ ବହିବାର ଆଶଙ୍କାରେ

ସୁରୂଜର ମୂରୁଜରେ ହଜି ଭଜିବାରେ

ପ୍ରଜାପତିର ଡେଣା କ୍ଷତାକ୍ତ ହେଲାଣି

ଗୋଲାପର କଣ୍ଟା ଯେ ରକ୍ତ ବୁହାଇଲାଣି

ଶବ୍ଦ ସବୁ ଯୁଦ୍ଧରେ ବିଜୟୀ ହୋଇ ଫେରିବା

ଶେଷ ସୁଯୋଗ ଦେଇଛି ଏ କୁରୁକ୍ଷେତ୍ର ସଜ୍ଜିତା

ପାଦଚିହ୍ନ ତଥାପି ଥାପିଛି ସମୁଦ୍ର ବାଲିରେ

ଶାମୁକା ଖୋଜିବାର ଅଦମ୍ୟ ଇଚ୍ଛାଶକ୍ତି ବଳରେ

ରାତି କେତେ ହେଲାଣି

ସପନ ସବୁ ଶୋଇଗଲେଣି

ଅନ୍ଧାର ବି ଘନେଇଲାଣି

ତାରା ସବୁ ଚୁପ୍ ଚାପ୍ ଛପି କଥା ହେଲେଣି

ମୋ ଅପେକ୍ଷା ତୁମ ଫୁଟିବାକୁ

‎କିଛି ଆଘ୍ରାଣ କରିବାକୁ

ଫଟୋଟିଏ ନିଅନ୍ତି ଏବେକାର

ଜଣାନ୍ତି ମୁଁ ଚେଇଁଚି ଏବେଯାଏଁ

ସବୁ ଶୋଇଯାଆନ୍ତି

ଶବ୍ଦ ଯୋଡି ହୁଅନ୍ତି

‎ମୁହଁ ବହଳିଆ ଅନ୍ଧକାରରେ

କାହାକୁ କଣ ମୁଁ ଚିହ୍ନି ପାରେ

ତୁମେ କଣ ପାଇଁ ଖାଲି ଫୁଟ ରାତିରେ

ତୁମର କଣ ଝଗଡା ହୋଇଛି ସୂଯ୍ଯାଂଶରେ

ସେଥିପାଇଁ ତୁମେ ଶୁଭ୍ର ସଫେଦ ମଖମଲି

ଏଥର ସଲାସୁତୁରା କରିଦିଅ ମନଖୋଲି

ତୁମେ ବି ରଙ୍ଗ ଭରିବ ସାତ ସପନ ଇନ୍ଦ୍ରଧନୁର

‎ଚହକିବ ମହକିବ ଦିନରେ ଚିକ୍ ମିକ୍ ଖରାରେ

ମୁଁ ଆଉ ପ୍ରତୀକ୍ଷା ନ କରିବି ତୁମଲାଗି ଅଧରାତିରେ


Rate this content
Log in