STORYMIRROR

Kulamani Sarangi

Others

3  

Kulamani Sarangi

Others

ତୁମେ ଏକାକିନୀ ରାଧା.....

ତୁମେ ଏକାକିନୀ ରାଧା.....

1 min
13.6K


ତୁମେ ଏକାକିନୀ ରାଧା..... .............................. ତୁମେ ଝାଉଁବଣ ଜହ୍ନ ଦଶମୀ ତିଥିର, ତୁମେ ଏକାକିନୀ ରାଧା ବିଜନ ବେଳାର।୧ା ତୁମେ ଏକ ବିଳମ୍ବିତ ବିଧୁର ସମୟ, ଅପେକ୍ଷା ଯାହାର ଏକ ଅନ୍ୟ ପରିଚୟ, ତୁମେ ଏକ ଶବ୍ଦହୀନ ସୁନ୍ଦର ସଂଗୀତ, ତୁମେ ଏକ ନାମହୀନ ସବୁଜ ପର୍ବତ, ପ୍ରିତି ନାମେ ଫୁଲ ତୁମ ସୁଗନ୍ଧ ଅପାର। ତୁମେ ଏକାକିନୀ ରାଧା............ ସୁଷମାର ତୁମେ ଏକ ଫୁଟିଲା ଉଦ୍ୟାନ, ଅଳସୀ ଝରଣା ଯାର ଲାଜ ଅନ୍ୟ ନାମ, ସୀତ୍କାର ମନଛୁଁଆ ତୁମେଏ ମନର, ଅଭିସାର ତୁମେ କେଉଁ ସବୁଜ ବନର, ତୁମେ ଅଟ ସପ୍ତସ୍ବରୀ ମଧୁର ଝଂକାର, ତୁମେ ଏକାକିନୀ ରାଧା.............. ସପ୍ତ ରଙ୍ଗେ ରଂଗା ତୁମ ଇନ୍ଦ୍ରଧନୁ ପ୍ରିତି, ବଡ ପ୍ରଗଲ୍ଭ ତୁମର ମନ ପ୍ରଜାପତି, ସୀଲହଟ୍ ପରଦାରେ ତୁମେ ଛାୟା କୃଷ୍ଣା, ବୟସ ଦୀର୍ଘ ମରୁରେ ତୁମେ ମୃଗତୃଷ୍ଣା, ବିରହ ଭିତରେ ତୁମେ ଆନନ୍ଦର ଝର, ତୁମେ ଏକାକିନୀ ରାଧା..........

କୁଳମଣି ଷଡଙ୍ଗୀ


Rate this content
Log in