STORYMIRROR

kahnu charan sahu

Others

3  

kahnu charan sahu

Others

ତୁମେ ଆସିବା ପରେ

ତୁମେ ଆସିବା ପରେ

1 min
211

ତୁମେ ଆସିବା ପରେ

ଲୋକେ କୁହନ୍ତି 

ମୁଁ ବଦଳି ଯାଇଛି କୁଆଡେ

ଏ ହୃଦୟ ଧାଏଁ ଯୁଆଡେ


ତୁମେ କେବେ ସ୍ୱପ୍ନରେ

କେବେ ଅନୁଭବରେ

ଆସ ମୋ ଭାବନାକୁ ରଙ୍ଗୀନ କରି

ଚାଲିଯାଅ ପୁଣି ଅଜଣା ମଣିଷଟିଏ ପରି


ତୁମେ ଗଲାପରେ

ଚାହିଁ ରହିଥାଏ କେବେ କେମିତି

ଝର୍କା ସେ ପାଖକୁ

କାଳେ ତୁମକୁ ପାରିବି ଦେଖି

ଏ ହୃଦୟରେ ନିତି ଉଠୁଥିବା ଜୁଆରକୁ

କେବେ ଅନୁଭବ କରିଦେଖ ସଖି.....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍