STORYMIRROR

Gunanidhi Samal

Others

3  

Gunanidhi Samal

Others

ତୁମେ ଆସି ଯାଅ ଫେରି

ତୁମେ ଆସି ଯାଅ ଫେରି

1 min
11.4K

କହିବି କହିବି ଭାବୁଥାଏ ସିନା

କହି ପାରେନାହିଁ କିଛି

ତୁମକୁ ଦେଖିଲେ କହିବାର ଯାହା

ମନରୁ ଦେଉଛି ପୋଛି

ଜିଭ ଶୁଖିଯାଏ ପାଟି ପଡ଼ିଯାଏ

ମରିଯାଏ ମନୁ ଭାଷା

ଥରୁଥାଏ ଛାତି ଲାଗୁଥାଏ ଭୀତି

ହେବି କାଳେ ଲୋକହସା

ତୁମେ ଗଲାପରେ ମନ ମରିଯାଏ

କହି ପାରିଲିନି ବୋଲି

ଏଥର ଆସିଲେ ନିଶ୍ଚୟ କହିବି

ମନକଥା ସବୁ ଖୋଲି

ତୁମେ ଆସିବାର ଦିନ ଗଣୁଥାଏ

ମନ କଥା ମନେ ମାରି

କହିବାର ଯାହା କହି ପାରେନାହିଁ

ତୁମେ ଆସି ଯାଅ ଫେରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍