STORYMIRROR

Writer Roja Panda

Others

3  

Writer Roja Panda

Others

ତୁମ ରଥଯାତ୍ରାରେ ମୋ ଶେଷଯାତ୍ରା

ତୁମ ରଥଯାତ୍ରାରେ ମୋ ଶେଷଯାତ୍ରା

1 min
13.6K


ତୁମେ ରଥେ ଯାଅ ଝୁଲି ପହଣ୍ଡି କରି

ମତେ ବୋହୁଛନ୍ତି ଚାରି କାନ୍ଧରେ ଧରି.

ତୁମ ଆଗେ ଧୂପ ଦୀପ

ମୋ ଆଗେ ବି ଧୂପ ଦୀପ

ତୁମେ ଯାଉଅଛ ପୁଣି ଫେରିବା ପାଇଁ

ମୁଁ ଯାଉଛି ଏକ ଅଫେରା ବାଟୋଇ ହୋଇ .

ତୁମେ ସଜ୍ଜିତ ଫୁଲ ମାଳେ

ମୋ ଦେହେ ବି ଫୁଲ ମାଳ

ତୁମେ ହସୁଅଛ ଭକ୍ତ ବାହୁରେ ଝୁଲି

ମୋ ଦେହେ ବନ୍ଧା ହୋଇଛି ପାଳ ଦଉଡି

ତୁମେ ପୋଡପିଠା ଖାଉଥିବ ମାଉସୀ ମା କୋଳରେ

ଖଇ କଉଡ଼ି ବିଂଛୁଥିବେ ମୋ କୋକେଇ ଆଗରେ .

ନନ୍ଦିଘୋଷ ଆଗେ ତୁମ ଶଙ୍ଖ ବାଜୁଥିବ

ଏପଟେ ସ୍ୱର୍ଗଦ୍ୱାରେ ମୋ ଶବ ମାଟିରେ ମିଶିବ .

ରତ୍ନ ସିଂହାସନେ ତମେ ମୁରୁକି ହସିବ

ଜୁଇର ଖଟରେ ମୋର ଦେହ ଜଳିଯିବ.

ଶେଷ ଇଚ୍ଛା ମୋର ପ୍ରଭୁ ପୂରଣ କରିବ

ଆତ୍ମାକୁ ମୋ ନେଇ ବୈକୁଣ୍ଠରେ ରଖିବ.

ଦେହ ସିନା ଜଳିଯିବ ଆତ୍ମା ତ ଚିର ଅମର

ଭଜୁଥିବ ନୀତି ସିଏ ସତ୍ୟ ଶିବ ସୁନ୍ଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍