STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତୁମ ଇଚ୍ଛା ପୂର୍ଣ୍ଣ ହେଉ

ତୁମ ଇଚ୍ଛା ପୂର୍ଣ୍ଣ ହେଉ

1 min
260


ନଶ୍ଵର ଶରୀର ମାଟିପିଣ୍ଡ ଘଟ ସରି ସରି ଯାଏ ଆୟୁ

ଭବସାଗରର ଉତ୍ତାଳ ତରଙ୍ଗେ ଥୟ ନୁହେଁ ପ୍ରାଣ ବାୟୁ

ତୁମେ ଏକା ସିନା ସାହାରା ହୋଇଲେ

                    ପାରି ହେବି ଯମ ଭୟୁ

ନଶ୍ଵର ଶରୀର ମାଟିପିଣ୍ଡ ଘଟ ସରି ସରି ଯାଏ ଆୟୁ ।।


ମଣିଷ ଜୀବନ ଦୁର୍ଲ୍ଲଭ ସଂସାରେ ଦେବେ ଅଲଭ୍ୟ ଏ ଦେହ

ଜନମ ନିଅନ୍ତି ଅମରେ ଲୋଭରେ ତେଜି ସରଗର ମୋହ

ଏ ଜନମଏକ ସାର୍ଥକ ଜନମ

                    ସତ୍ୟ ପଥେ ଜୀବ ଯାଉ

ନଶ୍ଵର ଶରୀର ମାଟିପିଣ୍ଡ ଘଟ ସରି ସରି ଯାଏ ଆୟୁ ।।


ଅମର୍ତ୍ତ୍ୟ ମଣ୍ଡଳୁ କ୍ଷରିତ ହୁଏରେ ପୀୟୂଷ ଆଶିଷ ଧାରା

ପୂର୍ବ ସୂରୀ ସୂର ମଙ୍ଗଳୁ ଆଶିଷେ ଏ ଜୀବନ ହେବ ତୋରା

ସତ୍ୟ ଧର୍ମ ପଥେ ସେବା କାର୍ପଣ୍ୟରେ

                     ମନ ମୋର ରହିଥାଉ

ନଶ୍ଵର ଶରୀର ମାଟିପିଣ୍ଡ ଘଟ ସରି ସରି ଯାଏ ଆୟୁ ।।


ସତ୍କାର୍ଯ୍ୟ ସତ୍ପଥ ପରମାର୍ଥ ମନ କରୁ ନିତ୍ୟ ଆଲୋଡିତ

ଏ ଜୀବନ ହେଉ ଶ୍ରୀ ପଦ ଚନ୍ଦନ ପବିତ୍ର ତୁଳସୀ ପତ୍ର

ସର୍ବ ଜ୍ଞାତା ଦାତା ଇଚ୍ଛାମୟ ଧାତା

                     ତୁମ ଇଚ୍ଛା ପୂର୍ଣ୍ଣ ହେଉ

ନଶ୍ଵର ଶରୀର ମାଟିପିଣ୍ଡ ଘଟ ସରି ସରି ଯାଏ ଆୟୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍