ତୁମ ହସରୁ ପୀୟୂଷ ଝରେ
ତୁମ ହସରୁ ପୀୟୂଷ ଝରେ
1 min
153
କୃଷ୍ଣଚୁଡାର
ବଧୂଲି ଓଠରୁ
ଝରିପଡେ ସାତ ରଙ୍ଗ
ମଲ୍ଲୀ, କେତକୀ ସଉରଭେ ବାଇ
ହୋଇ ଉଡେ ମନ ଭୃଙ୍ଗ ।।
ତୁ ହସିଲେ ଝରେ
ଚମ୍ପା,ଚାମେଲି
କି ଅବା କଦମ୍ବ ଫୁଟେ
ପ୍ରଭାତୀ ଅରୁଣ ଉଇଁଲେ ହସଇ
ତୁମ ନାଲି ରଙ୍ଗ ଓଠେ ।।
ତୁମେ ହସିଦେଲେ
ମୋ ଦୁନିଆଁ ହସେ
ମୋ ମନ ମୟୂର ନାଚେ
ହସି ହସି ସହୀ ମୋ ସଂସାର ତରୀ
ଚାଲିଛି ଦୁନିଆଁ ପଥେ ।।
ମଣି,ମୁକ୍ତା ଝରା
ହସର ପସରା
ତୁମେ ଗୋଟେ ସୁନାଫୁଲ
ମୋ ଜୀବନ ଭାଷା,ଆଶା,ନିଶାକର-
ମୁଖୀ, ପ୍ରାଣ ପ୍ରୀୟା ମୋର ।।
ତୁମରି ହସର
ଉପମା ନାହିଁ ରେ
ତୋ ହସରୁ ପୀୟୂଷ ଝରେ
ସ୍ନିଗ୍ଧ,କୋମଳ,ମଧୂର ହସ ତୋ
ପରାଣେ ଅମୃତ ଢାଳେ ।।
