Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Others

3  

Gunanidhi Samal

Others

ତୁମ ଗାଆଁ ମୋ'ଗାଆଁ

ତୁମ ଗାଆଁ ମୋ'ଗାଆଁ

1 min
12K


ତୁମରି ଗାଆଁରେ ସୁରୁଯ ନଇଁଲେ

ମୋ' ଗାଆଁରେ ହୁଏ ରାତି

ମୋ' ଗାଆଁରେ ଯେବେ ଜହ୍ନ ଦେଖାଦିଏ

ତୁମ ଗାଆଁ ଉଠେ ହସି ।

ତୁମରି ଗାଆଁର ମନ୍ଦିରରୁ ଯେବେ

ଶୁଭେ ଶଙ୍ଖଘଣ୍ଟା ଧ୍ୱନି

ଆମରି ଗାଆଁର ଭାଗବତ ଘରେ

ବାଜୁଥାଏ ଝାଞ୍ଜ ଗିନି ।

ତୁମ ଚଉରାରେ ସଞ୍ଜବତୀ ଯେବେ

ଦିକଦିକ୍ ହୋଇ ଜଳେ

ଆମରି ଗାଆଁରେ ନୂଆ ଭୁଆସୁଣୀ

ପ୍ରୀତିର ଦୀପାଳି ଜାଳେ।

ତୁମରି ଗାଆଁର ମଶାଣିରେ ଯେବେ

ଜଳୁଥାଏ କା'ର ଚିତା

ଆମରି ଗାଆଁର ତୋଟା ଗହଳରୁ

ରହିରହି ଡାକେ ପେଚା ।

ତୁମରି ଗାଆଁରେ ଧୀରେଧୀରେ ଯେବେ

ବଢିବଢି ଯାଏ ରାତି

କେମିତି କହିବି ଦେହରେ ମୋହର

ବହେ କାମନାର ତାତି ।


Rate this content
Log in