STORYMIRROR

pranati Mahapatra

Others

3  

pranati Mahapatra

Others

ତୁ ମୋ ଭାବ ଠାକୁର

ତୁ ମୋ ଭାବ ଠାକୁର

1 min
184


ଭାବରେ ଭାବରେ ଭାବନା ରାଇଜେ

       ଭାବଡୋରେ ହୁଏ ବନ୍ଧା,

ହଜିଯାଏ ପୁଣି ମଜ୍ଜିଯାଏ କେବେ

      ଭାବେ ହୋଇଥାଏ ଛନ୍ଦା।

ଭାବବିନୋଦିଆ ମନମୋହନ ସେ

       ଚିତ୍ତଚୋର କଳାକାର,

ତୁମେ ତ ଅରୂପ ପୁଣି ଅପରୂପ

      ତୁମେ ମୋ ଭାବ ଠାକୁର।

ଏଡ଼େ ବଡ଼ଆଖି ତେଲାଇ ବସିଛ

      ସତେ କି କିମିଆଁ କରି,

ସେ ଆଖିରେ ଆଖି ଥରେ ମିଶିଗଲେ

       ସବୁ ଦିଏ ମୁଁ ପାଶୋରି।

ସଦା ନିବେଦନ ତୋ ପୟରେ ପ୍ରଭୁ

    କରୁଣା ଟିକିଏ ପାଇଁ,

ଜୀବ ଥିବାଯାଏ ତୋ ଦିବ୍ୟରୂପ ମୋ

    ଆଙ୍କୁଥାଏ ସଦା ମୁହିଁ।

ତୁମ ମୁଖ ହସ ସବୁରି ମୁଖରେ

   ଭରିଦିଅ ପୀତବାସ,

ସେ ହସରେ ହସୁ ଏ ସାରା ଦୁନିଆଁ

    ନହେଉ କା ମନ ବିରସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍