STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ତୁ ଦରକାର

ତୁ ଦରକାର

1 min
112

କାଳିଆରେ କ୍ଲାନ୍ତ ହେଲିଣି

ତୋର ଇସାରାରେ ନାଚି ନାଚି ;

ଅତି ନିକଟରେ ଅଛୁ

ଅନୁଭବ କରିଛି ;

ହେଲେ କାଇଁ ମନ ମୋର

ଖୋଜେ ତୋ ସାକାର ଉପସ୍ଥିତି

ହେବାକୁ ଦୁଇ ପଦ କଥା

ତୋ' ମୋ ସୁଖ ଦୁଃଖର ;

ଆଶା କରୁଛି

ସତ କରିବୁ ସ୍ବପ୍ନ ମୋର

ବୁଝାଇଦେବୁ

କେଉଁଠି ତ୍ରୁଟି ମୋହର ;

ଆତ୍ମ ସମୀକ୍ଷା କରିବାକୁ

ଦେଇଯିବୁ ଆଶିଷ ତୋର ;

ବିଶ୍ବ କଲ୍ୟାଣ ପାଇଁ

ହେଉଥିବି ସଦା ଜାଗୁଆର ;

କେଉଁ ବନ୍ଧନ ହେବନି

ଶିକୁଳି ମୋହର

କାଳିଆରେ ଏ ଏଏ

ମୋର ଖାଲି ତୁ ଦରକାର ।


Rate this content
Log in