ଟୁଉକୁ ମୂଷି ଟାଣିଲା ରଥ
ଟୁଉକୁ ମୂଷି ଟାଣିଲା ରଥ
ଟୁଉକୁ ମୂଷି ଖାଇବ ଭାତ
ଦେଖିଯିବ ରଥ ଜାତ
ଦଉଡ଼ିରେ ଲଗାଇ ହାତ
ଭିଡ଼ିବ ଜଗନ୍ନାଥଙ୍କ ରଥ
ଧରିଲା ଭିଡି ଦଉଡି
ଲୋକଙ୍କ ଉପରେ ପଡି
କୋଉଠି ଥିଲା ସେ ବିରାଡି
ବୈଷ୍ଣବ ସାଜି ଆସିଛି ଧରି ବାଡ଼ି
ଟୁଉକୁ ମୂଷିକୁ ନେଲା ଘୋଷାଡି
ଖାଇଲା ନାହିଁ କହେ ଉପରେ ପଡି
ଆମିଷ ଆଜି ମୁଁ ଦେଇଛି ଛାଡି
ତୋର ମୋର ମିଶି ରଥକୁ ଭିଡି
ଦେଖାଇବା ଜଗତକୁ ଶତ୍ରୁ ସାଥିରେ
ମିତ୍ରତା କରିବା ପେଡି
ଟୁଉକୁ ମୂଷିର ଧଇଲା ହାତ
କହିଲା ଡରନା ହେଲେ ସଙ୍ଗାତ
ଦୁହେଁ ଡାକିଲେ ରଖ ଜଗତନାଥ
କେହି ନୁହଁ ଶତ୍ରୁ ସଭିଏଁ ମିତ
ମିଶାଇ ହାତରେ ହାତ
ଭିଡ଼ିନେବା ରଥ ଗୁଣ୍ଡିଚା ପଥ
ପନିପରିବା ଖାଇବା ସତ
ଦିହକୁ ହିତରେ ମିତ
କହିବା ବାରତା ଆମର ମାନି ସଙ୍ଗାତ
ଚଳିଲେ ନଥିବ ରୋଗ
ଆସୁ ଋତୁ ଖରା ବର୍ଷା ଶୀତ ବସନ୍ତ ।