STORYMIRROR

Gouri Panda

Others

3  

Gouri Panda

Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
366


ଟୋପାଏ ସିନ୍ଦୂର, ଦି ପଟ ଶଙ୍ଖା 

ନାରୀ ଜୀବନରେ ହୁଏ ସୁଲେଖା। 

ମଥାରେ ସିନ୍ଦୂର, ପାଦେ ଅଳତା 

ସିନ୍ଦୂର, ସୁନ୍ଦର କରଇ ସୁନ୍ଥା। 

 ସିନ୍ଦୂର ଟୋପାଏ, ଦି ପଟ ଶଙ୍ଖା 

ସଧବା ନାରୀର ଚିହ୍ନ ଏଇଟା। 

ଅଳତା ଗାରେ, ସିନ୍ଦୂର ଧାରେ 

ସଧବା ନିର୍ଭର ଭାଗ୍ୟ ଉପରେ। 

ଟୋପାଏ ସିନ୍ଦୂର ନୁହେଁ ସେ ସାନ 

ତା, ବିନା ନାରୀ ବଡ ହୀନିମାନ।। 

ସେଇ ସିନ୍ଦୂର ରେ ଯାଉ ଜୀବନ 

ସଧବା ରେ ନାରୀ ଚାହେଁ ମରଣ। 

କିଣି ହୁଏନି ବଡ ମୂଲ୍ୟହୀନ 

ଟୋପେ ସିନ୍ଦୂର ବଡ ମୂଲ୍ୟବାନ। 

ମଥାରେ ଥାଉ ମୋ ଟୋପେ ସିନ୍ଦୂର 

ଆସୁ ପଛେ ମୃତ୍ୟୁ ନାହିଁ ମୋ ଡର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍