STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ଟଂକା ପାଇଁ ରଂକା

ଟଂକା ପାଇଁ ରଂକା

1 min
13.7K


ଗଣି ଗଣି ଦିନ ଗଲା ଟଂକା

ରେ.. ବାଇମନ

ମୁହଁ କରିବ ସିଏ ବଂକା ରେ..ବାଇମନ ।।

 ଟଂକା ପାଇଁ କରୁ କଷ୍ଟ

ଇଷ୍ଟ ଭୁଲି ହେଲୁ ନଷ୍ଟ

ସାଜିଲୁ ବଡ ପାପୀଷ୍ଠ

ରାସ୍ତା କରି ବଂକା ରେ... ବାଇମନ ।।

 ଅନେକ ଫିକର ଫନ୍ଦା

କରି ଅରଜିଲୁ ଟଂକା

ଆଶା ନ ମେଣ୍ଟିଲା ତୋର

ହେଲୁ ଟଂକା ରଂକା ରେ... ବାଇମନ ।।

 ଯାହା ତୋର ଅଛି ପାଣ୍ଠି

ନେବେ ଦିନେ ତାହା ଲୁଣ୍ଠି

ଖାଲି କରି ଟଂକା ଗଣ୍ଠି

ପାଦ ତଳେ ଆଣ୍ଠା ରେ... ବାଇମନ ।।

 ଦିନେ ଛାଡି ଯିବ ଏକା

ପାଇବୁ ଦିନେ ତୁ ଧକ୍କା

ବୁଦ୍ଧି ଥାଇ ହେବୁ ବୋକା

ଛାଡନା ମଉକା ରେ.... ବାଇମନ ।।

 ବିଳାସେ କରୁ ତୁ ମଜ୍ଜା

ନିଶ୍ଚେ ପାଇବୁ ତୁ ସଜ୍ଜା

ହୁଅନାହିଁ ବାଟ ବଣା

ପଶିବ ଛନକା ରେ... ବାଇମନ ।।

 ନଯିବୁ ରେ ଫାଙ୍କା ଫାଙ୍କା

ଗଣ ଥରେ ନାମ ଟଂକା

ପାରି ହବୁଟି ନଉକା

କାଲି ମନେ ପକା ରେ... ବାଇମନ ।।

 ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ


Rate this content
Log in