STORYMIRROR

Kanaka barddhan Sahu

Others

3  

Kanaka barddhan Sahu

Others

ଟଙ୍କାର ଖେଳ

ଟଙ୍କାର ଖେଳ

1 min
13.1K


ଯେବେ ଦେଖିନାହଁ ଭଲ କରି ଦେଖ

ଆସିଛି ଏମିତି ବେଳ,

ଏକା ନିଶ୍ଵାସକେ ଦିବସ ରଜନୀ

ଚାଲିଛି ତାହାରି ଖେଳ ।

ଏପରି ସେ ଖେଳ ସମସ୍ତେ ଖେଳାଳି

ଖେଳୁଛନ୍ତି ଦିନରାତି,

କିଏ ଜିତିଯାଇ କିଏ ସେ ହାରୁଛି

ଦେଖି ଥରିଯାଏ ଛାତି ।

ଠକ ବଳବାନ ଗରବୀ ମିଛୁଆ

ବାଜି ମାରୁଥାନ୍ତି ନିତି,

ଶାନ୍ତ ନିଷ୍କପଟ ସରଳ ଜୀବନ

ଘାସଠାରୁ ହୀନ ଗତି ।

କେହି କାର ଏଠି ସପକ୍ଷେ ନୁହନ୍ତି

ଏମିତି ବିଚିତ୍ର ଖେଳ,

ସମ୍ପର୍କରେ ଯିଏ ବାନ୍ଧି ହୋଇଯାଏ

ହୁଏ ସିନା କଲବଳ ।

ଜିତିବାକୁ ଏଠି ଲୋଡ଼ାନାହିଁ ସତେ

ସତ୍ୟ ନ୍ୟାୟ ଓ ଅହିଂସା,

ଉପରେ ଉପରେ ଜିତିଯିବୁ ନିଶ୍ଚେ

ପାଖରେ ଥିଲେ ପଇସା ।

ନବେ ବରଷିଆ ଥୁରୁ ଥୁରୁ ବୁଢ଼ା

ଯୁବା ହୁଏ ଏହି ଖେଳେ,

ମନ କରୁଥାଏ ସୁନ୍ଦରୀ ଚଢ଼େଇ

ଧରିବାକୁ ନିତି କୋଳେ।

ଧଳାର ଉପରେ କଳାର ରାଜୁତି

ଯେଉଁଠି ଦେଖିବୁ ଯେତେ,

ଧଳା ବାଳ ଆଉ ଦିଶୁନାହିଁ ସତେ

କଲା ତୁ ଦେଖିବୁ କେତେ ?

ଦଶ ଦିଗ ଯାକ ତାହାରି ରାଜୁତି

ଟଙ୍କା ପଇସାଟି ରାଜା,

ନିଷ୍ଠୁର ଦାରୁଣ ଖେଳ ଖେଳାଉଛି

ସଭିଙ୍କୁ କରି ପରଜା ।

//////  ସମାପ୍ତ  //////


Rate this content
Log in