STORYMIRROR

Gouri Panda

Others

3  

Gouri Panda

Others

ଟିକି ତାରା

ଟିକି ତାରା

1 min
287


ଟିକି ଆକାଶର ଟିକି ତାରା ମୁଁ 

ଟିକି, ଟିକି ଆଲୋକରେ

ଝଲସାଏ ଜଗତକୁ ମୁଁ। 

ଟିକି ବଗିଚା ର ଟିକି ଫୁଲ ମୁଁ 

ଟିକି, ଟିକି ବାସନାରେ 

ମହକାଏ ଚଉପାଶ ମୁଁ। 

ଟିକି ଝରଣାର ଟିକି ଝର ମୁଁ 

ଟିକି, ଟିକି ଜଳ ଦେଇ 

ଟିକି ପ୍ରାଣ ରଖିଥାଏ ମୁଁ। 

ଟିକି କାନନର ଟିକି ବୃକ୍ଷ ମୁଁ 

ଟିକି, ଟିକି ଛାଇ ଦେଇ

ପଥକ୍ଲାନ୍ତ ଦୂର କରେ ମୁଁ। 

ଟିକି ଶିଶୁ ଏଇ ଧରା ତଳେ ମୁଁ 

ଟିକି, ଟିକି ହସଦେଇ

ହସାଉଛି ଦୁନିଆ କୁ ମୁଁ। 

ଟିକି ଶିଶୁ ବୋଲି ଟିକି ନାହିଁ ମୁଁ 

ମରିପାରେ ଦେଶପାଇଁ 

ଲଢିପାରେ ଶତ୍ରୁ ସାଥେ ମୁଁ। 

ଟିକି ହେଲେ, କିନ୍ତୁ ହୀନ ନାହିଁ ମୁଁ 

ଗଢିଦେଇ କୋଣାରକ

ଦେଖାଇବି ଜଗତକୁ ମୁଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍