STORYMIRROR

PUSPALATA SAHOO

Children Stories

4  

PUSPALATA SAHOO

Children Stories

ଟିକି ଫୁଲ

ଟିକି ଫୁଲ

1 min
39


ବଗିଚାରେ ଫୁଟି 

ଖିଲି ଖିଲି ହସୁଥାଏ...... ।।

ସୁବାସ ରେ ତାର 

ମହକଇ ଧରା 

ସବୁରି ଆଦର ପାଏ..... ।।

ପାହାଡ଼ ଉପରୁ 

ଟିକି ଝରଣା ଟି 

ବହି ଯାଏ ଝର ଝର..... ।।

ତା ମିଠା ପାଣିରେ

ମେଣ୍ଟି ଯାଏ ଶୋଷ 

ବାଟେ ଯିବା ପଥିକର..... ।।

ପୁନେଇଁ ଜହ୍ନଟି 

ଅନ୍ଧାର ରାତିରେ 

ଆକାଶ ବୁକୁରେ ରହି..... ।।

ରାତିର ତମସା 

କରି ଥାଏ ଦୂର 

ଦୂର ଦିଗବଳୟେ ଥାଇ.... ।।

ଛୋଟ ଗଛ ଟିଏ 

ତୁଳସୀ ବୃକ୍ଷ ଯେ 

କରେ କେତେ ଉପକାର.... ।।

ଛୋଟଛୋଟ ରୋଗ 

ଉପଶମ କରେ

ସାଜଇ ଗଳାର ହାର..... ।।

ଟିକି ବହି ଟିଏ 

ବାଣ୍ଟି ଥାଏ ସତେ

ଜ୍ଞାନର ବାରତା ଆଣି..... ।।

ପିଲା ଠାରୁ ବୁଢ଼ା 

ସଭିଙ୍କର ପ୍ରିୟ 

ସମସ୍ତେ ଆଣନ୍ତି କିଣି.... ।।

ଟିକି ଜିନିଷ କୁ 

କେବେହେଲେ ପିଲେ 

କର ନାହିଁ ଉପହାସ...... ।।

ଟିକି ଟିକି ଚିଜ 

ମନରେ ଆମର 

ଫୁଟାଇବ ଦିନେ ହସ..... ।।


Rate this content
Log in