Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Others

3  

Gunanidhi Samal

Others

ତଥାପି ଏ ମନ ଝୁରେ

ତଥାପି ଏ ମନ ଝୁରେ

1 min
277


ପୂରୁବ ସୂରୁଯ ପଶ୍ଚିମକୁ' ଗଲେ

ମାଡିମାଡି ଆସେ ରାତି

ପ୍ରତି ଅଗଣା'ର ତୁଳସୀ ମୂଳରେ

ଜଳି ଉଠେ ସଞ୍ଜବତୀ ।

ଫେରୁଥାଏ ଘରେ ଯିଏଥାଏ ଦୁରେ

ସଅଳ ପକାଇ ପାଦ

ହୋଇଗଲେ ରାତି ଥରୁଥାଏ ଛାତି

ଭାବି ଅଜଣା ବିପଦ ।

ଗୋଟିଗୋଟି କରି ହସୁଥାନ୍ତି ଫୁଟି

ତାରାଫୁଲ ଆକାଶରେ

ଡଙ୍ଗର ସେପାଖୁ ଦ୍ଵିତୀୟା ଜହ୍ନ ଟା'

ଉଇଁଆସେ ଧୀରେଧୀରେ।

ତୁମେନାହଁ ବୋଲି ରାତ୍ରିର ବୟସ

ଯାଉଥାଏ ବଢି ବଢି

ପାଖୁଡ଼ା ମେଲାଇ ଫୁଟି ବାସିଲେଣି

ଥିଲେ ଯେତେ ଫୁଲକଢି ।

ରାତିପାଇଁ ଏଠି ନିଦ ଅଣ୍ଟେ ନାହିଁ

ସପନ ବହୁତ ଦୁରେ

ଗଲାଣି ଏମିତି କେତେଯେ ଫଗୁଣ

ତଥାପି ଏମନ ଝୁରେ ।


Rate this content
Log in