Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ତଥାପି ଆମେ ସ୍ବାଧୀନ

ତଥାପି ଆମେ ସ୍ବାଧୀନ

1 min
233


ସ୍ମୃତି ସୋହାଗରେ ଭରପୁର ସିନା

    ଆଜିର ସ୍ବର୍ଣ୍ଣିମ ଦିନ

 ହଟିଗଲା ପରେ ଗୋରା ସରକାର

    ବନ୍ଧା ଆମ ସ୍ବାଭିମାନ

    ଚାଷୀ ଆଜି ହୀନିମାନ 

ହଟିଛି ବେଉସା ହଜିଛି ଆଶା 

   ତଥାପି ଆମେ ସ୍ବାଧୀନ ।


ସଂସ୍କୃତି ସଂସ୍କାର ପରିପୂର୍ଣ୍ଣ ଥିଲା 

    ଥିଲା ଏ'ଉତ୍କଳ ମାନ 

ଭାଷାର ସୁରକ୍ଷା ପାଇଁକି ଏଇଠି 

   ଏବେ ଚାଲେ ଆନ୍ଦୋଳନ 

    ମନ୍ତ୍ରଟା ଅହିଂସା ପଣ 

ହିଂସାରେ ପଡ଼ୋଶୀ ଲୁଟେ ଭୂମି, ପାଣି 

    ତଥାପି ଆମେ ସ୍ବାଧୀନ ।

    

 ଆଜିବି ହୃତ କାଶ୍ମୀର , ତିଦ୍ଧତ

    ଷଡୈକଳା,ଶ୍ରୀକାକୁଲମ

ହିନ୍ଦୀଟା ଏଇଠି ରାଷ୍ଟ୍ରଭାଷା ସାଜି 

      ସଭିଙ୍କୁ କରୁଚି ଭ୍ରମ 

      ସମ୍ବିଧାନ ଅପମାନ 

ଶିକ୍ଷକଠୁ ନେତା ମନ୍ତ୍ରୀ ଯନ୍ତ୍ରୀ କବି 

     ସମସ୍ତେ ମୁକ ମଉନ 

    ତଥାପି ଆମେ ସ୍ବାଧୀନ ।


ଆଞ୍ଚଳିକ ବାଦ ପ୍ରାଦେଶିକ ଭାବ 

    ସବୁଠି ସ୍ବାର୍ଥ ସାଧନ 

ବିଶେଷ ଦିନରେ ଜାତୀୟତା ଭାବ 

    ଉଚ୍ଛୁଳେ ତୁଚ୍ଛା ସ୍ଳୋଗାନ 

    ଓଡ଼ିଆଙ୍କୁ ହେୟଜ୍ଞାନ 

ରାଜକାର୍ଯ୍ୟେ ନାହିଁ ପ୍ରଜାର ସାଧନ 

    ନେତା ହାତେ ସମାଧାନ

    ତଥାପି ଆମେ ସ୍ବାଧୀନ ।


ବିଶ୍ବେ ପରିଚିତ ବିଶ୍ବର ଠାକୁର 

    ଜଣା ଜଗନ୍ନାଥ ଧାମ 

ଶାସକ କୁରୁଚି ରାମ ରାଜନୀତି 

    ଦେଖି ବିକାଶ ସପନ

    ନ୍ୟାୟାଳୟ ସାଜେ ଯମ    

ଗରିବର ସ୍ବପ୍ନ ଦେଶ ବଦଳିବ 

    ବନ୍ଧା ଆଜି ସ୍ବାଭିମାନ 

    ତଥାପି ଆମେ ସ୍ବାଧୀନ ।


Rate this content
Log in