ଠାକୁରଙ୍କ ପାଦଦେଶ
ଠାକୁରଙ୍କ ପାଦଦେଶ
1 min
6.7K
ଠାକୁରଙ୍କ ପାଦଦେଶ
ଉତ୍କଳ ଏକ ଶ୍ରୀଜଗନ୍ନାଥଙ୍କ
ଆଶୀର୍ବାଦ ପୁଷ୍ଟ ଭୂମି
ସରଗ ସମାନ, ଗରିମା ମହାନ
ତାଙ୍କ ଶ୍ରୀଚରଣ ଚୁମ୍ବି ।
ପ୍ରତି ଧୂଳିକଣା ନିର୍ଭେଜାଲ ସୁନା
ପ୍ରଭୁଙ୍କ ଲୀଳାକ୍ଷେତ୍ର
ଗଗନେ ପବନେ ଧୂପ ଓ ଝୁଣାର
ସୁଗନ୍ଧ ଅହୋରାତ୍ର ।
ବେଦମନ୍ତ୍ର, ଗାୟତ୍ରୀ ଛନ୍ଦ
ଗୀତା ଅମୃତବାଣୀ
ନୀରବ ଧ୍ୟାନରେ ବାଜଇ କାନରେ
ଗୁରୁଗମ୍ଭୀର ଧ୍ୱନି ।
ଏ ହେଲା ପ୍ରାଚୀନ କଳିଙ୍ଗ ପ୍ରଦେଶ
ଏଇ ଠାକୁରଙ୍କ ଦେଶେ
ପ୍ରଭୁ ନାରାୟଣ ଦିଏ ଦରଶନ
ନାନା ରୂପେ ନାନା ବେଶେ ।
ଦୁର୍ଲଭ ସର୍ବ ମାନବ ଜୀବନ
ଜନମ ଏ ଉତ୍କଳେ
ଭୂମିଷ୍ଠ ଠାରୁ ବଞ୍ଚିଥିବା ଯାଇ
ପ୍ରଭୁଙ୍କ ପାଦତଳେ ।