STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଟେଲିଫୋନ

ଟେଲିଫୋନ

1 min
23.3K

ବନ୍ଦୀ ଥିଲା ଦିନେ ଚାରିକାନ୍ଥ ମଧ୍ୟେ

ଚିରସାଥିଟିଏ ପରି,

ବନ୍ଧାଥିଲା ଏକ ତାର ସଂଯୋଗରେ

ସମ୍ବାଦ ସଞ୍ଚାର କରି।


ବନ୍ଧୁ ଆତ୍ମୀୟଙ୍କ ଆସିଲେ ସମ୍ବାଦ

ଡାକେ ସେ ଚିତ୍କାର କରି,

ଦୂର ବନ୍ଧୁ ସହ ବାର୍ତ୍ତାଳାପ ପାଇଁ

ସହଜ ମାଧ୍ୟମ ପରି।


ଆଜି ସେ ସ୍ୱାଧୀନ ଘୁରିବୁଲେ ସଦା

ଘରଠୁ ବାହାର ଯାଏଁ,

ବିଜ୍ଞାନର ଏକ ବିଜ୍ଞ ଉଦ୍ଭାବନ

ଦୂରତା ବିଲୋପ ହୁଏ।


ଯେବେ ଇଛା ତେବେ ବିନିମୟ କରେ

ମନକଥା ବହୁଦୂର,

ଟେଲିଫୋନ ଆଜି ସାଜିଛି ଜରୁରୀ

ହୁଏନା ନିଜଠୁ ଦୂର।


ବାର୍ତା ବିନିମୟ ଏକମାତ୍ର ବ୍ୟବହାର

ହୋଇ ରହିନାହିଁ ଏବେ,

ମନୋରଞ୍ଜନ ଓ ଅନେକ ଜରୁରୀ

କର୍ମେ ଲୋଡ଼ା ହୁଏ ଏବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍