STORYMIRROR

Raja Sekhar CH V

Others

3  

Raja Sekhar CH V

Others

ତରୁଣ ଅରୁଣ

ତରୁଣ ଅରୁଣ

1 min
201

ସତେଜ ସହଜ ଲାଗନ୍ତି ନଖଉଷୁମ ତପନ 

ଇଷଦୁଷ୍ଣ ଦିବାକର ସୁଷମ କରନ୍ତି ନୀଳ ଗଗନ 

ସଞ୍ଜ ସକାଳେ ମୋହକ ଲାଗେ ସ୍ୱର୍ଣ୍ଣ ପ୍ରଦର୍ଶନ 

ପ୍ରଭାକର ପ୍ରାଣପୂର୍ଣ୍ଣ କରନ୍ତି ପ୍ରକୃତିକ ପରିଦର୍ଶନ |୧|


ତରୁଣ ଅରୁଣ ଅର୍କ ସ୍ୱୟଂ ହେଲେ ଆୟତନ 

ପ୍ରଭାତ ବେଳେ ଜନ କରନ୍ତି ସୂର୍ଯ୍ୟଙ୍କୁ ନମନ 

ସୁବର୍ଣ୍ଣ ରବିକିରଣରୁ ଆରୋଗ୍ୟ ପାଆନ୍ତି ତନ 

ଭାନୁରେଖା ଦ୍ୱାରା ପ୍ରାଣଶକ୍ତି ପାଆନ୍ତି ସର୍ବଜୀବନ |୨|


ସକାଳେ ସାୟଂକାଳେ ଅମ୍ବରରେ ଦିଶେ ରକ୍ତବର୍ଣ୍ଣ ବିନ୍ଦୁ 

ଅବଗତ ହୁଏ କାକଟପୁର ମାଁ ମଙ୍ଗଳାଙ୍କର ସିନ୍ଦୂର-ବିନ୍ଦୁ 

ଦିନକର ହେଲେ ଏ ସୌରମଣ୍ଡଳର କାନ୍ତିପ୍ରଦ କେନ୍ଦ୍ରବିନ୍ଦୁ 

ନମନପ୍ରିୟ ଶ୍ରୀସୂର୍ଯ୍ୟନାରାୟଣ ହେଲେ ସଂସାରର ଶକ୍ତିବିନ୍ଦୁ।୩|


ଅନମ୍ବରରେ ଆକର୍ଷକ ଲାଗେ ସନ୍ଧ୍ୟାବେଳର ସୂର୍ଯ୍ୟବିମ୍ବ 

ଲାଗୁଛି ଆକାଶରେ ଭାସୁଥିବା ଏକମାତ୍ର ସୁଫଳର ପ୍ରତିବିମ୍ବ 

ସାବିତ୍ର ଆଦିତ୍ୟ ହେଲେ ଆମ ସୌରମଣ୍ଡଳର ନିପୁଣ ଅମ୍ବ  

କର୍ମଠ କାର୍ଯ୍ୟକ୍ଷମତା ନିୟମିତତା ହେତୁ ସତତ ରୁହନ୍ତି ଅବିଳମ୍ବ।୪।


ପ୍ରତି ସୂର୍ଯ୍ୟୋଦୟରୁ ପ୍ରାରମ୍ଭ ହୁଏ ନୂତନ ଦିନ 

ପ୍ରତି ଚନ୍ଦ୍ରୋଦୟ ପ୍ରତୀକ୍ଷା କରାଏ ଆସନ୍ତା ଦିନ 

ତ୍ରିସନ୍ଧ୍ୟାରେ ଯାପିତ ହୁଏ ସକଳ ପ୍ରାଣୀଙ୍କ ଦିନ 

ଅହର୍ନିଶ ଦୀପ୍ତିର ସୂତ୍ରଧାର ହେଲେ ଆମ ତପନ |୫|



Rate this content
Log in