STORYMIRROR

Ashok Kumar Pradhan

Others

3  

Ashok Kumar Pradhan

Others

ତରଙ୍ଗ—@shok

ତରଙ୍ଗ—@shok

1 min
11.5K

ସ୍ଥିର ପାଣିରେ ଦୋଦୁଲ୍ୟମାନ ସ୍ଥିତି 

ଗୋଟିଏ ପରେ ଗୋଟିଏ 

ଢେଉ ପରେ ଢେଉ 

ଉତ୍ତାଳ ଶିଖର ଓ ଗହ୍ଵରରେ 

ମୋର ସୃଷ୍ଟି


ବିନ୍ଦୁ ବିନ୍ଦୁରେ ସିନ୍ଧୁ 

ଜଳ ମୁଁ ପାନୀୟ ବିନ୍ଦୁ 

ବିହୁନେ ଅବା ବହୁଳେ 

ସୃଷ୍ଟି ନାଶ ଯାଏ

ଶୁଷ୍କ ପ୍ରାଣ ସଞ୍ଜିବୀତ ହୁଏ

ଚଳ ଚଞ୍ଚଳ ପ୍ରକୃତି


କେନ୍ଦ୍ରାଭିମୁଖୀ ବଳରେ 

ସ୍ଥିରତାରୁ ଗତିଶୀଳ 

ପରିଧି ଆଭିମୁଖ୍ୟ ଅଗ୍ରସର 

କେବେ ପ୍ରଳୟର କରାଳ କାୟା 

କେବେ ମନମୁଗ୍ଧକର ନିରୀହ 

ସମୁଦ୍ର ବେଳାଭୂମିରେ ଲୋଟିତ


ଜୁଆର ଭଟ୍ଟାରେ ପରିବର୍ତ୍ତିତ 

ପରିବର୍ଦ୍ଧିତ ଅବୟବ 

ସୁଖର ସପନ ଉଜାଡ

ଦୁଃଖର ଲଦିହୁଏ ପାହାଡ଼ 

କେତେ ଶକ୍ତିର ସୃଷ୍ଟିକର୍ତ୍ତା 

ଘୋଟିଯାଏ ଅଖଣ୍ଡ ନୀରବତା


କେବଳ ଉଠି ପଡ଼ି ଚାଲେ 

ଦୃଶ୍ୟରେ ଭ୍ରମିତ ଧାବମାନ ଲାଗେ 

ଦୈର୍ଘ୍ଯ କେବେ ମାପେନା

ଅପସାରିତ ଅବସ୍ଥାକୁ ପସାରିଦିଏ

କୂଳରେ ଠୋକର ଖାଇବାର 

ପ୍ରଚୁର ଅଭିଜ୍ଞତା


କାହାର ଧାର ଧାରେନା 

ଦୟାରେ ବଞ୍ଚେନା

କିଛି ଗ୍ରହଣ ବି କରେନା 

ନିଜସ୍ୱ ଭାବନାରେ ଅବିରତ 

ଅଣନିଃଶ୍ବାସୀ ଦୌଡେ 

ଫେରେନା ପଶ୍ଚାତ


Rate this content
Log in